Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Abstract Tragedy Inspirational

2  

Sarada Parida

Abstract Tragedy Inspirational

ଅପହୃତ ଶୈଶବ

ଅପହୃତ ଶୈଶବ

1 min
6.8K


ସହରର ଟ୍ରାଫିକ ଛକରେ

ନାଲିବତୀ ଜଳୁଥିବା ବେଳେ

କେଉଁଠୁ ଧାଇଁ ଆସନ୍ତି ସେମାନେ ?

ଯା’ ପାଖେ ଅପହୃତ ଶୈଶବ

ପେଟ ପାଇଁ କରନ୍ତି ଅପେକ୍ଷା

ଦାତାର ହାତ ଟେକାକୁ

ଯା’ ଓଠରୁ ନିରୁଦ୍ଧିଷ୍ଟ

ଚପଳ ହସ ଟିକକ

ଅଜଣା ବେମାରର ପ୍ରକୋପରୁ ।

ବେସ

ତମେ କଣ ଦେଖୁ ନାହଁ

ଶୁଣୁ ନାହଁ

ପଶ୍ଚାତପଦ କାହିଁ

ଦେବା ପାଇଁ ଅଧିକାର

ଯେଉଁଟା କଲମରେ ଦେଇଛ ଗାରେଇ

ଆଇନର ଧର୍ମ ଠାର ଦେଇ ।

ବିବଶ କି

ହଁ ନ ହେବ କେମିତି

ଯେଉଁଠି ନିରୁଦ୍ଧିଷ୍ଟ ଶୈଶବ

ଆପଣ ଶିଶୁର

ତୁମ ଉଚ୍ଚା ଉଚ୍ଚା ଇଚ୍ଛାର

ପାହାଡ କନ୍ଦିରୁ ।

ଏବେ ଆଖି ଖୋଲ

ଦେଖ ଥରେ ବଗିଚାର ଫୁଲ

ମୁକ୍ତ ହେଉ ଶୈଶବ

ଆକାଂକ୍ଷାର ଦାନବ କବଳୁ

ଖେଳି ଉଠୁ ହସ ଚପଳର ।

ହୁଏତ ତେଣିକି

ତୁମେ ବୁଝିପାର

ଅପହୃତ ଶୈଶବର ଦୁଃଖ

ସେ ଟ୍ରାଫିକ ଛକରେ ପ୍ରତିଦିନ

ନାଲିବତୀ ଜଳୁଥିବା ବେଳେ

ପକେଟରୁ କେଇଟା ଖୁଚୁରା ଟଙ୍କା

ତା ହାତକୁ ଟେକି ଦେଉ ଦେଉ । 

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା


Rate this content
Log in

Similar oriya poem from Abstract