Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sailendra Kumar Pati

Inspirational

2  

Sailendra Kumar Pati

Inspirational

ମା ପରି କିଏ ହେବ

ମା ପରି କିଏ ହେବ

1 min
7.0K


ମା ଅର୍ଥ ମାଟି ଆ ରେ ଆକାଶ

ସୁଦୂର ପ୍ରସାରି ସିଏ,

କିଏ ସେ ମାପିବ ସେ ହୃଦ ମମତା

ଅସରନ୍ତି ପରା ସିଏ |


କେତେ ପୂଜାର୍ଚ୍ଚନା କେତେ ମାନସିକ

ସନ୍ତାନଟିଏ ପାଇଁ,

ଦଶ ମାସରେ ସେ ଗର୍ଭ ଯନ୍ତ୍ରଣାକୁ

ହସି ହସି ଯାଏ ସହି |


ଧାରଣ ପାଳନ ପୋଷଣ ଦେଇ ସେ

ଛୋଟରୁ କରଇ ବଡ,

ଅନ୍ତର ଭରା ବାତ୍ସଲ୍ୟ ମମତା

କିଏ ଦେବା ତାର ମୂଲ |


ବିଶ୍ୱ ନିୟନ୍ତାଙ୍କ ଚାରଣାର ବିନ୍ଦେ

ସଞ୍ଜ ସଳିତା ଜାଳି,

ଲଭୁ ତା ସନ୍ତାନ ଯଶ ଓ ବିଭବ

ଏତିକି କରଇ ଅଳି |


ଲୋଡ଼େ ନା ସେ ଅର୍ଥ ଚାହେଁନା ସେ ସ୍ୱାର୍ଥ

ତ୍ୟାଗ ଅଟେ ତା ମହାନ,

କିଏ ସେ ବିନ୍ଧାଣି ଗଢ଼ିଛି ତାହାକୁ

ଧନ୍ୟ ତାହାର ଭିଆଣ |

ନିଖିଳ ପାବନୀ ବିଶ୍ୱ ପ୍ରସବିନୀ

ମା'ର ବନ୍ଦନା ପାଇଁ,

ଆଶାରେ ସର୍ବେ କରିବା ପୂଜା

ତା ଶ୍ରୀ ଚରଣେ ଯାଇ |


ମା'ର ଆଶିଷ ଆମ ଚଲା ପଥେ

ସର୍ବଦା ସହାୟ ହବ,

ଲୋଡ଼ା ନାହିଁ ଧନ ଯଶ ଓ ବିଭବ

ମା ପରି କିଏ ହବ |

ଶୈଳେନ୍ଦ୍ର କୁମାର ପତି


Rate this content
Log in

Similar oriya poem from Inspirational