ଏ ଯୁଗର ନାରୀ
ଏ ଯୁଗର ନାରୀ
ସତୀ ସୀତା ଭାବି ଦିଅନାରେ ତେଜି
ନୁହେଁ ତ୍ରେତୟାର ସୀତା
ପର କଥା ଶୁଣି ବନେ ଦେବ ଛାଡି
ଚାଲିଯିବି ପାତି ମଥା ।
ନୁହେଁ ମୁଁ ଦ୍ରୌପଦୀ ଦ୍ଵାପର ଯୁଗର
ହାରିଯିବ ଖେଳି ପସା
ସଭା ମଧ୍ୟେ ବସ୍ତ୍ର କରି ମୋ ହରଣ
ସାଧିବ ତବ ଲାଳସା ।
ନୁହେଁ ମୁଁ ଶ୍ରୀରାଧା ପ୍ରୀତି କରି ମୋତେ
ଭାଙ୍ଗିଦେବ ସବୁ ଆଶା
ସମାଜେ ନିର୍ଲଜା ହୋଇ ପଡିଥିବି
ଭାଗୁଥିବି ମୁଁ ଦୁର୍ଦ୍ଦଶା ।
ଦେଖି ଅଛ ସିନାରେ ପୁରୁଷ ଜାତି
ମୋ ସ୍ନେହ ଆଉ ମମତା
ଦୁର୍ଗା ସାଜି ଦିନେ ନାସିଛି ମହିଷା
ଭୁଲି ଗଲ କି ସେ କଥା ।