Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Misra

Inspirational

3  

Santosh Kumar Misra

Inspirational

ମଲାଘୋଡା

ମଲାଘୋଡା

1 min
13.2K



ଜାଣିଛ?

ଆଜିକାଲି ମୁଁ ବାଧ୍ୟ ହେଇଛି ଭୁଲି ଯିବାକୁ

ମୋ ନିଜସ୍ବ ଠିକଣା୤

ମୁଁ କୁଆଡେ ଏବେ ମଲାଘୋଡାଟିଏ

କେହି ବା କାହିଁକି ତେଣୁ ଆଉ

ଚାହିଁବ ଗଣିବାକୁ ମୋ ଟାଙ୍କ ଅଯଥାରେ?


ପୁରୁଣା ମୋ ଠିକଣାରେ କିନ୍ତୁ

ସବୁକିଛି ଠିକ୍‌ଠାକ୍‌ ଥିଲା,

କାହାର ବା ଯୁ ଥିଲା ବାନ୍ଧିବାକୁ

ମୋ ପାଟିରେ ତୁଣ୍ଡି !

ମୁଁ ଥିଲି ମୋ ଦୁନିଆର

ଏକଛତ୍ରବାଦୀ ସର୍ବମୟ କର୍ତ୍ତା

ସମଗ୍ର ଉର୍ଜାର ଏକ ଦିବ୍ୟ ଉତ୍ସ

ଯାହାକୁ କେନ୍ଦ୍ର କରି ଘୁରିବୁଲୁଥିଲେ

ସୂର୍ଯ୍ୟ ଚନ୍ଦ୍ର ତାରା ଓ ଗ୍ରହାଣୁପୁଞ୍ଜ

ଅବିରତ ଏକ ନିର୍ଦ୍ଦିଷ୍ଟ କ୍ରମରେ୤


ଏବେ ମୁଁ ପଶି ଆସିଛି ଭିନ୍ନ ଏକ ଦୁନିଆକୁ

ମୋର ଏ ନୂଆ ଠିକଣାରେ

ବରି ନେଇଛି ନିଜେ ନିଜ ପାଇଁ

ପିଣ୍ଡହୀନ ଏକ ନବକଳେବର

ଜୀବନ ଜଞ୍ଜାଳର ହୋହଲ୍ଲା ଠାରୁ

ଅନେକ ଦୂରରେ ୤

ଯଦି କେବେ ମନେ ପଡେ ଏ ମଲାଘୋଡା

ଖୋଜିନେବ ତାର ଦରପୋଡା ଜୀବାଶ୍ମ

ନିଆରା ଏକ ସ୍ବର୍ଗଦ୍ବାରରେ୤


Rate this content
Log in

Similar oriya poem from Inspirational