Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Pradhan

Others

4  

Pramod Pradhan

Others

ଡେଙ୍ଗୁ

ଡେଙ୍ଗୁ

1 min
13.9K


ଡେଙ୍ଗୁ

 

ପ୍ରମୋଦ ପ୍ରଧାନ

 

ଗୋଟିଏ ଓଠର ରକ୍ତ ପିପାସା,

ବାଣ୍ଟିଦେଲା

କୋଟିକୋଟି ତିକ୍ତ ଜହର,

ଡେଙ୍ଗୁ କବଳରେ ଘୋଟିଗଲା ହାହାକାର,

ଝରିପଡ଼େ ଏବେ ବକ୍ଷରେ

ଅବିରତ ଅଶ୍ରୁ...

ବିରତିକି ଖୋଜେ ଅଶ୍ରୁଳ ପାରାବାର !

 

ନିଷ୍ଠୁର ଏ ତ ନିରାଟ ସତ୍ୟ,

ନରମ ଛାତିକି ଚୁମିଚୁମି ମଶା କରଇ ନୃତ୍ୟ,

ନୃତ୍ୟରତା ଯଦି ହୁଏ ନୃସଂଶ ବଇରି,

ଅଳିଆ ଗଦାକୁ ମୁଣ୍ଡରେ ଥୋଇ,

ମଣିଷର ଛାଇ ନିଜର ଅଇରି ।

 

ଅଳିଆ ଗଦାକୁ, ଅସନା ପାଣିକୁ

ଥୋଇଦେଲାପରେ ନିଜ ଦାଣ୍ଡ ଦୁଆରେ,

ଦେଖ ତ ଥରେ...

ଖିନ୍-ଭିନ୍ କରି କେମିତି ଆମର

ସେ ତ ଆୟୁଷକୁ ସାରେ, ଜୀବନକୁ ମାରେ !

 

ବଞ୍ଚିବାକୁ ଯଦି ରଖିଛ ଆସ୍ଥା,

ଦୂଷିତ ନକରି... ନିଜ ଦାଣ୍ଡବାଡ଼ି ପରିବେଶ

ସଫା କରିବାକୁ ନିଜେ କର ବ୍ୟବସ୍ଥା,

ନୋହିଲେ ମୃତ୍ୟୁକୁ ହାତଠାରି ଡାକୁଥିବ

ମଣିଷର ଦୁର୍ଦ୍ଦିନ ଅବସ୍ଥା !

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in