ପାଇଥିଲି ନିଜକୁ
ପାଇଥିଲି ନିଜକୁ
ଯାଅନା ବେଶି ଦୂରକୁ ,
ପାରିବିନି ଏକା ରହି,
ଦିନଟିଏ ଲାଗେ ବର୍ଷ ପରି
ମୂହୁର୍ତ୍ତଟିଏ ପାଇଁ ବି
ପାରିବିନି ଏକା ରହି।
ପ୍ରତ୍ୟୁଷର ଘନକୁହୁଡି ବି
ଶ୍ଵାସରୋଧ କରିପାରେ,
ମୁଁ ନୁହେଁ ରାଧା କି ଗୋପୀ
ରହିପାରିବିନି,ଅଭିମାନୀ ହୋଇ
ଆଉ କହିବନି, ପ୍ରେମରେ ଉପଲବ୍ଧି ହିଁ
ଲକ୍ଷ୍ୟ ନୁହେଁ....
କୃଷ୍ଣଙ୍କ ଗଲାପରେ,
ଗୋପପୁର ବି ଥିଲା....
ରାଧା ଓ ଗୋପୀମାନେ ବି ଖୋଜି ପାଇଲେ, ତାଙ୍କ ସତ୍ତା,
ତ୍ୟାଗ କରି ରୋଷ ଓ ଅଭିମାନ ।
ସେଇଥି ପାଇଁ ତ କହୁଛି
ଯାଅନା ଛାଡି ଦୂରକୁ
ଭୟ କାଳେ , ତୁମକୁ ଖୋଜୁ ଖୋଜୁ
ମୁଁ ପାଇଯିବି ନିଜକୁ।