Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଚଗଲା ପବନ ଅନୁରୋଧତତେପା

ଚଗଲା ପବନ ଅନୁରୋଧତତେପା

1 min
1.3K


ସଂଳାପ-୮୧*
 
#ଚଗଲା ପବନ ଅନୁରୋଧ ତତେପା---*********
 
ଶ୍ରାବଣୀ ଚଇତି 
#ଚଗଲାପବନ
ତୁ ଆସି ବସି ଯା ମୋ ଓଠର ଶୀହରଣେ,
ତୋ ପ୍ରତିଛବିକୁ ରଖିଦିଏ
ବାନ୍ଧି ନୁହେଁ,ତୋ ପୂର୍ଣ୍ଣ ସ୍ୱାଧୀନତା ସହ 
ମୁଁ ମୋ ଆତ୍ମାରେ,
ତୁ ପବନ ପୁଣି ଚଗଲା
ବହି ଚାଲିଯିବା ,ତୋ ପ୍ରକୃତି
ଯେତେ ସମୟ ରହିବୁ ମୋ ଘର ଅଗଣାରେ ନେଇ ଆସିବୁ
ସୁବାସିତ ଶ୍ରାବଣ କଦମ୍ବ ସୁଗନ୍ଧ
ତୋ ସହ------------!
ସ୍ମୃତିରେ 
ସଜାଡି ରଖି ତତେ
ମନେ ପକାଇ ପ୍ରତି ପ୍ରାତଃ ପ୍ରାର୍ଥନାରେ ଅନ୍ତତଃ ମାଗି ନେଉଥିବି ତୋ ଲାଗି 
ଜୀବନର ଶୁଭ କାମନା
ଅମାନିଆ
ଚଗଲା ପବନରେ,
ସମ୍ଭାଳୁଥିବୁ 
କିନ୍ତୁ
ମୋ ପ୍ରିୟାର ଓଢଣୀ
ଆଉ
ତା ଲମ୍ବା ମୁକୁଳା କଳା ଘନକେଶ
ଯେଉଁଠି ବନ୍ଦୀ ମୋ ଆତ୍ମା,କାୟା,କଳ୍ପ,
#ଅନୁରୋଧ 
ରହିଲା ମୋର ତତେ ଚଇତି 
ଶ୍ରାବଣୀ ଚଗଲା ପବନ-----!!
 
©®କାଶ୍ୟପ,ରାୟଗଡା
 
 
 
 


Rate this content
Log in