ସ୍ମୃତି ଏକ ରୂପା ଜହ୍ନ
ସ୍ମୃତି ଏକ ରୂପା ଜହ୍ନ
ତୁମ ଭଲ ପାଇବାରେ,
ମୋର କୌଣସି ସନ୍ଦେହ ନ ଥିଲା,
ତୁମେ ବି ଜାଣିଥିଲ, ମୁଁ ବି ଜାଣିଥିଲି,
ମୋ ସ୍ନେହ ,ପ୍ରେମ ,ବିଶ୍ବାସ ଭରା ,
ଆବର୍ତ୍ତ ମଧ୍ୟରୁ ବାହାରି ପାରିବନି ।
ଆଉ ମୁଁ ? ?
ସେଇ ଭଲପାଇବାର ପରିଧିରେ ,
ଘୁରି ଘୁରି ଆତ୍ମହରା ହୋଇଥିଲି,
ତୁମ ସହ ସ୍ବପ୍ନ ରାଇଜର ପାଣି, ପବନ ସହ,
ନିଜକୁ ସାମିଲ କରି ନେଇଥିଲି ।
ହେଲେ,
ମୋ ବିଶ୍ବାସ, ପ୍ରେମର ମୂଳଦୁଆକୁ,
ତୁମେ ଦୁର୍ବଳ, ଜର୍ଜର କରି ଦେଇଥିଲ,
ମୋ ଠୁଁ ନିଜକୁ ଦୂରେଇ ନେଇ ।
କିନ୍ତୁ ତଥାପି,
ମୁଁ ନିଜକୁ ଦୂରେଇ ପାରି ନ ଥିଲି,
ତୁମ ପ୍ରେମର ବଳୟରୁ, ତୁମ ଶ୍ବାସ ପ୍ରଶ୍ବାସର ପ୍ରତିଟି ଗତିରୁ ,
ତୁମ ହୃଦୟର ପ୍ରତିଟି ସ୍ପନ୍ଦନରୁ,
ମଜବୁତ କରି ଧରି ରଖିଥିଲି, ସ୍ମୃତିର କାନ୍ଥକୁ।
କାରଣ ,
ମୁଁ ଜାଣିଥିଲି, ସେ ମଜବୁତ କାନ୍ଥକୁ ,
ଦୁର୍ବଳ କରି ପାରିବାର ସାହସ ବା ଶକ୍ତି,
ତୁମର କେବେ ବି ନ ଥିଲା ।
ଆଉ ମୁଁ ,
ଆଜି ବି ସେଇ ସ୍ମୃତି କାନ୍ଥରେ,
ତୁମ ପ୍ରେମ ର ପ୍ରତିରୂପ ସ୍ପଷ୍ଟ ଦେଖି ପାରେ ।
କଲ୍ୟାଣୀ ନନ୍ଦ,
ବୁଢାରଜା , ସମ୍ବଲପୁର, ଓଡିଶା ।