ପ୍ରଣତି ଗୋ
ପ୍ରଣତି ଗୋ
ପ୍ରଣତି ଗୋ !
ତୁମେ ଏତେ ସୁକୁମାରୀ,
ଏଡ଼େ ମୃଦୁ ସୁହାସିନୀ !
ତୁମରି ଆଗମେ
ରାଗ,ରୋଷ,ହିଂସା
କମିଯାଏ,ହୋଇ କୁନି ।
ଏତେ ଲାଜକୁଳୀ,
ନମ୍ରତା, ମାନିନୀ
ଆଉ ଜଣେ ବସୁମତୀ ।
ତୁମ ଦରଶନେ
କ୍ରୋଧର ଜୁଆର
ଥମିଯାଏ ହୋଇ ପ୍ରୀତି ।
ତୁମ ଆଗମନେ
ବୈଶାଖୀର ଝାଞ୍ଜି
ନରମି ଯାଏ ।
ଶତ୍ରୁତା ଭରା
ତୀକ୍ଷଣ୍ ମନରେ
ମଳୟ ମହକ ବହେ ।
ପ୍ରଣତି ଗୋ !
ତୁମ ନମ୍ରତା ଆଗରେ
ବିଶ୍ଵାମିତ୍ର ପରାଜିତ ।
ତୁମ ଅଭିପ୍ରାୟ
ଯୁଦ୍ଧ ପାଇଁ ନୁହେଁ
ଶାନ୍ତିର ଦେବଦୂତ ।
ବର୍ଣ୍ଣାଳୀ ତୁମେ
ମୈତ୍ରୀ ରଙ୍ଗକୁ
ସାଦରେ ସ୍ୱାଗତ କର ।
ସାବଲୀଳ,ସ୍ନିଗ୍ଧ
କୋମଳ ପରଶେ
ଶତ୍ରୁକୁ ମିତ୍ର କର ।
ପ୍ରଣତି ଗୋ !
ଘେନ ପ୍ରଣାମ ମୋହର
ମୋ'ହୃଦୟେ ରହିଥାଅ !
ତୁମ ଜରିଆରେ
ନିଶ୍ଚୟ ଜିଣିବି
ଶତ୍ରୁର ତିକ୍ତ ହୃଦୟ ।