Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Romance

2  

Abhakanta

Romance

ତୁମେ ଦୂରେ... ବହୁ ଦୂରେ...

ତୁମେ ଦୂରେ... ବହୁ ଦୂରେ...

1 min
6.6K


ତୁମେ ଦୂରେ... ବହୁ ଦୂରେ...

 

ଆଭାକାନ୍ତ ମହାନ୍ତି

 

ତୁମେ ଦୂରେ... ବହୁ ଦୂରେ...

       ନିଦପୁରେ

ମୁଁ ଗୋ ଭାବନାର ଚଉଛକିରେ

       ବସି ଝୁରେ । ୦ ।

 

ସପନ ଅନେକ ଦେଖିହୁଏ ଯାହା

       କହ କାହିଁ ସବୁ ଫଳେ ଆଗୋ ପ୍ରିୟା

ଏତେ ହୃଦ ଦାହ, ଦୁଃଖ ଅବା କୋହ

       କୁହ ଦୁନିଆରେ ରୁହନ୍ତା କି ମୋହ

ବିଲୟ ଭଜେ ଗୋ ଉଇଁଥିବା ଆଶା

       ବେସୁରା ବଇଁଶୀ ସୁରେ । ୧ ।

 

ମନ ଭାଷା ସହୀ ପଢ଼ି ହୁଏ ନାହିଁ

       ଆଖି-ଆଇନାରେ ତାହା ଝଟକଇ

ପଢ଼ି କି ପାରିବ ମୋ ମନର ଭାଷା

       ସପନ ଗଲାଣି ଯହିଁ ମୁରୁଝାଇ

ଆଶା-ମଶାଣିର ପାଉଁଶ ଆଡ଼େଇ

       ଚାଲିଛି ଗୋ ଜୀବନରେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in