Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Others

3  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ଜୀବନ ଯେଉଁଠି ଜୀବନ ଚାହେଁ

ଜୀବନ ଯେଉଁଠି ଜୀବନ ଚାହେଁ

1 min
7.3K


କୃଷ୍ଣଚନ୍ଦ୍ର ତ୍ରିପାଠୀ


କାହିଁ ସେ ରାଇଜ କାହିଁ ସେ ଭୂଇଁ ? ଜୀବନ ଯେଉଁଠି ଜୀବନ ଚାହେଁ ?

ଝଲମଲ ସିଏ ହେଉଛି କାହିଁ ପ୍ରଭାତୀ ଆକାଶେ ରଙ୍ଗ ପ୍ରାୟେ

କେତେ ଦୂର ଗଲେ ପାଇବି ତାରେ, କିଭଳି ଚାଲିବି ସେ କେଉଁ ଗତିପଥେ

ଗଭୀର ପିପାସା ବକ୍ଷତଳେ ଆକୁଳ ଅଥୟ କରଇ ମତେ !

ସେ ଭୂଇଁର ବନ ପାହାଡ଼ ପଥ ବତାସ ସମସ୍ତରେ,

ପୂର୍ଣ୍ଣ ପ୍ରାଣର ସ୍ୱର୍ଣ୍ଣ ଆଭା ଲୀଳା କରୁଥିବ ନିରନ୍ତରେ

ହାକିମ ହୁକୁମ୍‌ ନଥିବ ତହିଁ ନଥିବ ଶୋଷଣ ନିଷ୍ପେଷଣ

କଲବଲେ କିଏ ଉଷ୍ମ ଲୁହ କରୁ ତ ନଥିବ ସମ୍ବରଣ ।

ଲାଞ୍ଛିତ କିଏ ବୁକୁର ଜାଳା ବୁକୁତଳେ ଚାପି ନଥିବ ରହି

ମାଟି ଚାଳିଆରେ ସୌଧ କା’ର ଚାହୁଁ ତ ନଥିବ ଘୃଣା ବହି ।

କ୍ଷମତା ଓ ଧନ ଗାଦିରେ ବସି ଆହୁରି କ୍ଷମତା ଆହୁରି ଧନ –

ପାଇବାକୁ ସାରା ଜୀବନ ଧରି କରୁ ନଥିବ କେ ଅନ୍ୱେଷଣ !

କାହିଁ ସେ ରାଇଜ କାହିଁ ସେ ଭୂଇଁ ଜୀବନ ଯେଉଁଠି ଜୀବନ ଚାହେଁ ?

ହାଣ ମାର୍‌ ପିଟ୍‌ ଦ୍ୱନ୍ଦ୍ୱ ଭେଦ ଲାଗେ ଯହିଁ ନିତି ସ୍ୱପ୍ନ ପ୍ରାୟେ ।

ସେନେହ ସେନେହ ସେନେହ ଖାଲି ସବୁରି ବୁକୁରୁ ପଡ଼ୁଚି ଝରି

ହସୁଚି ସେ ଭୂଇଁ ଚତୁର୍ଦ୍ଦିଗ, ପୁନିଅଁ ରାତିର ଯୋଛନା ପରି ।

ବୋହିଲେ ନୟନୁ ଟୋପିଏ ଲୁହ, ବୁକୁତଳେ କା’ର ଲାଗିଲେ ବ୍ୟଥା

ଆଶ୍ୱାସନାର ପୀୟୁଷ ଢାଳି ଲକ୍ଷ ଓଠ କହଇ କଥା ।

କାହିଁ ସେ ରାଇଜ କାହିଁ ସେ ଭୂଇଁ ଜୀବନ ଯେଉଁଠି ଜୀବନ ଚାହେଁ ?

ପଡ଼ିଗଲେ ଯହିଁ ଟେକିବା ପାଇଁ ଲକ୍ଷ ହାତ ସରାଗେ ଯାଏ !

ସୁପ୍ତ ଯେଉଁଠି ଉଠଇ ଚେଇଁ , କି ଅବା ବିଜୁଳି ପରଶ ଲଭି

ପ୍ରତି ଅନ୍ତର ସୃଜୁଚି ଯହିଁ କଳ୍ପଲୋକର କନକ ଛବି।

ଜଟିଳ କୁଟିଳ ବସୁନ୍ଧରା ଭାଙ୍ଗି ମୁଁ ତାହା ପାଏ ହେ ପାଏ

କାହିଁ ସେ ରାଇଜ କାହିଁ ସେ ଭୂଇଁ ଜୀବନ ଯେଉଁଠି ଜୀବନ ଚାହେଁ ?


ସମାପ୍ତ


Rate this content
Log in