Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Inspirational Others

2  

Minakshi Samal

Inspirational Others

ସମୟ ଅଟେ ବଳବାନ

ସମୟ ଅଟେ ବଳବାନ

1 min
222


ସମୟ ଅଟଇ ବଡ ବଳବାନ 

ନିରନ୍ତର ଗତି ତାର

ତା' ସାଙ୍ଗରେ ପାଦ ଯିଏ ନ ମିଳାଏ 

ହୁଅଇ ତାହାର ହାର ।

ନିର୍ବିକାର ଘଡି ଟିକ୍ ଟିକ୍ କରି  

କରି ଚାଲେ କାମ ତାର 

ସମୟକୁ ଦେଖି କାମ ପୁରା କର

ସମସ୍ତେ ନିଜ ନିଜର ।

କାହାର ହାତର କଣ୍ଢେଇ ନୁହେଁ

ସେ ନିଜେ ଅଟେ ବଳବାନ

ତାକୁ ନମାନିଲେ ଅପଚୟ କଲେ 

ନର ହୁଏ ହୀନିମାନ ।

କାମ ବେଳେ କାମ ଖେଳ ବେଳେ ଖେଳ

ମାନିକରି ଯିଏ ଚଳେ

ସମୟାନୁସାରେ ପେଟକୁ ଖାଇଲେ

ରୋଗ ଦୂର ହୁଏ ବଳେ ।

ସମୟାନୁବର୍ତ୍ତୀ ହୋଇଲେ ମନୁଷ୍ୟ

ଲଭିପାରେ ସଫଳତା

ସମୟକୁ ନଷ୍ଟ କରଇ ଯେ ଜନ

ଲଭେ ସଦା ବିଫଳତା ।


Rate this content
Log in

Similar oriya poem from Inspirational