Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଥର୍ବ ମୁଁ ଆଜି
ଅଥର୍ବ ମୁଁ ଆଜି
★★★★★

© Abhakanta None

Others

2 Minutes   6.9K    5


Content Ranking

ପକ୍ଷୀରାଜ ଘୋଡା ଚଢି ଝାଙ୍କୁଥିଲି ଆକାଶର ନୀଳିମାରୁ ଧରା ସୁନ୍ଦରତା

ଆଙ୍କୁଥିଲି ଚଉଦିଗେ କୁଆଁର ଭାବନା

ନିଧଡ଼କେ ଶତସ୍ପୃହେ ଟାଙ୍କୁଥିଲି ଧରିତ୍ରୀର ସବୁଜ ଶାଢିରେ

ଆକାଶରୁ ତାରା କଢି ତୋଳି ହୋଇ ଆନମନା ।

ଅଚାନକେ ଘୋଡା ମୋର ହେଲା ହୀନବଳ

ପକ୍ଷୀଦୁଇ ସଙ୍କୁଚାଇ ଦେଲା

--ଘୋଡା ସାଥେ ମୁଁବିତ ଖିଞ୍ଚିହୋଇ ପଡିଥିଲି

ଧରିତ୍ରୀର ଧୂସର ଧୁଳିରେ,

ଭାବିବାକୁ ସମୟ ନଥିଲା-

ବନ୍ଦିହେଲି ଜାଦୁକରୀ ମାୟା ହର୍ମ୍ୟ ମଧ୍ୟେ

ଯଉବନେ ଆକୁଳାଇ ଖାଲି,

ମନ ମୋର ଖିନିଭିନି ହେଲା ।

ଶୋଇଗଲି ଶାମୁକାର ନିଦେ

ମାୟା ମାୟା ଘୋର ମାୟା ପ୍ରତି ପଦ ଛନ୍ଦେ

କେହିବିତ ଡାକିଲେନି ଶଙ୍ଖ ମୁଣ୍ଡେ ପଦେ

--ମୁଁ ଯଦି ଭୁଲିଥିଲି ମାୟା ମୋହ ମୋଦେ ।

କିଏ ଡାକେ ଦୁଆର ମୁହଁରେ

କବାଟଟା ହୋଇଅଛି ଭିଡା

ଦ୍ବାର ଖୋଲ ଦ୍ବାର ଖୋଲ

ମୁଁ ବାର୍ଦ୍ଧକ୍ୟ ହୋଇଅଛି ଛିଡା

ମରେ ମନ, ଶୁଖେ ଓଠ,ଦେହୁ

ଝାଳ ବହେ ଝରଝର

ଆସିଅଛୁ ଏଡେ ବେଗି

ଦୟା ନାହିଁ ହୃଦେ ଟିକେ ତୋର ?

ବୁଲିନାହିଁ ଧରା ସାରା ଏ'ଯାଏ ମୁଁ

ଦେଖିନାହିଁ କିଛି

ଅଧବାଟୁ ମାୟାର ଏ ଜାଦୁକାରୀ

ବନ୍ଦି କରିଅଛି

ଏକେ ମୁହିଁ ବନ୍ଦି, ଚାଲେ

ଯେତେ ଯାହା ଯାତନା ପାର୍ବଣ

ଜାଣି ମୋର ଦୁଃଖ ଆସୁ

ଦେବାପାଇଁ କଟା ଘା'ରେ ଚୁନ ?

ଫେରି ଯା'ରେ ବାର୍ଦ୍ଧକ୍ୟ ତୁ

ଦୟାକରି ମୋପରେ ଟିକିଏ

ମାୟାକାଟି ଉପଭୋଗି ଧରା

ତୋର ପାଶେ ଆସିବି ମୁଁ ଛାଏଁ

ଶୁଣି ତାହା ବାର୍ଦ୍ଧକ୍ୟ ଯେ କଲା

ମର୍ମସ୍ପର୍ଶୀ ଅଟ୍ଟହାସ୍ୟ

କହିଲା ସେ ଆପଣା ମନରେ

ତୁ ହୋଇଛୁ ଜାଦୁକରୀ ବଶ

କହିଥିଲେ ପିତା ତୋର

ନ ଭୁଲିବା ପାଇଁ ପ୍ରଲୋଭନେ

ଭୁଲିଗଲୁ ଅକାରଣ ହେଲା-

ବୁଲା, ରଖିଛୁ କି ମନେ ?

ଭୁଲିଅଛୁ ଭୋଗ ଏବେ

ଏଥିପାଇଁ ମୁଁ' ନୁହେଁ ଦାୟୀ

ଖୋଲ ଦ୍ବାର ନତୁବା ମୁଁ

ଦ୍ବାର ଭାଙ୍ଗି ପଶିବି ଧସାଇ

ମୋହରି ପରଶ ପାଇଁ

ଡରି ହେଉ ଏତେ ଛନ୍ନ ମନା

ଜାଣିରଖ ମାୟାକୁ ଆଦରି

ହୋଇଅଛୁ ଘର ପଥ ବଣା

ଧସାଇ ପଶିଲା ଗୃହେ

ଦେଲା ମୋତେ ତା ଭୀମ ପରଶ

ଅନ୍ଧକାର ହେଲା ଚଉଦିଗ

ଅନୁତାପେ ହୋଇଲି ଅବଶ

ଥିଲା ଶକ୍ତି ଯଉବନେ

କାଟିବାକୁ ମାୟାର ଶିକୁଳୀ

ବାର୍ଦ୍ଧକ୍ୟେ ମୁଁ ଶକ୍ତିହୀନ

ଚାହିଁ ସୁଦ୍ଧା ପାରୁନି ମୁକୁଳି

ଅକାରଣ ହେଲା ଏଇ ଧରା ବୁଲା

ସାରା ଯୁଗ ପାଇଁ

ଜାଣି ମୁହିଁ ମାୟା ଆଦରିଛି

ଏଥିଲାଗି ମୁଁ କେବଳ ଦାୟୀ

ଅପେକ୍ଷିବି ଯୁଗ ଯୁଗ

ପାଇବାକୁ ମୋ ଘରର ରାହା

ଆତ୍ମା ମୁହିଁ ତ୍ରାହି ତ୍ରାହି ଡାକେ

ପକ୍ଷୀରାଜ ନାହିଁ ହେବ ସାହା

××× ×××

ଜୀବନେ ଟିକିଏ ଭୁଲ ତା ପାଇଁ କି ଏତେ ଅନୁତାପ ?

ହେଲେ ବିତ ପାଉନାହିଁ କୂଳ କି କିନାରା

ଅଗଣିତ ଢେଉ ଗଣେ ଶୋଇଶୋଇ ବିସ୍ତିର୍ଣ୍ଣ ବେଳାରେ

ଅବସନ୍ନ ହାଇ ତୋଳେ ମୋ ଅଳସ ମନର ଦୁଆରେ

ଦିନେ ଥିଲି ମୁକ୍ତାକାଶ ଶୁକ

ଭୁଲିଗଲି ଦେଖି ଦୂରୁ କନକ ପିଞ୍ଜରା

ମାଧୂରୀମା ବିଲୟ ଭଜିଛି

ସାବଲିଳ ପଡିଛି ଘୁମେଇ

ଅନାବିଳ ହଜିଅଛି ଦୂରେ

ସତ୍ୟ ନ୍ୟାୟେ ମୁଁ ଦେଇଛି ଛାଡି

ମମତା ଗାତ୍ରରେ ବସିବସି କଳା ରଙ୍ଗ ଭରେ

ଆଦରିଛି ଯେତେ ଯାହା ମର୍ମଦାହ

ସାଜିଅଛି ଜାଣି ଯେଣୁ ମାୟାର କଣ୍ଢେଇ

ତେଣୁ ଅଥର୍ବ ମୁଁ ଆଜି ।

★★ ୧୯୮୦ର ଏ ଲେଖା ★★

◆◆●◆◆

ପକ୍ଷୀରାଜ ଝାଙ୍କୁଥିଲି ସୁନ୍ଦରତା

Rate the content


Originality
Flow
Language
Cover design

Comments

Post


Some text some message..