Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Others

3  

Shanti Mishra

Others

ମା ତୋ କାନି ପଣତ

ମା ତୋ କାନି ପଣତ

1 min
327


ଶାନ୍ତିଲତା ମିଶ୍ର, ରଚେଷ୍ଟର ,ମିନେସୋଟା


ମା ତୋର ମୂଲ୍ୟ ବୁଝିଲା ବେଳକୁ ଯାଇଥିଲୁ ଦୂରେ ଚାଲି l

ପ୍ରସାରିତ ଆଖି ଫେରନ୍ତି ନିରାଶେ, ଦିଗବଳୟୁ ଯାହା ଖାଲି ll


କଳ୍ପନା ରାଇଜେ, ତୋର ସତ୍ତା ବେଳେ ବେଳେ ପ୍ରାଣବନ୍ତ ହୁଏ ସିନା

ଏଠି ସେଠି ସବୁଠାରେ ଦିଶି ଯାଉ, କିନ୍ତୁ ସ୍ପର୍ଶ ତ କରି ହୁଏନା



କିଛି କ୍ଷଣ ପାଈଁ ସବୁ କାମ ଛାଡ଼ି ମନ ହୋଇ ଯାଏ ଆନମନା l

କିଂ କର୍ତବ୍ୟେ ସ୍ଥିର ହୋଇ ରହି ଯାଏ ବୁଧି ହୁଏ ବାଟବଣା ll


ତୋ ରୁଣ ଶୁଝିବା କଷ୍ଟ ହୁଏ ବୋଲି ଭିରୁ ହୋଇ ଯାଏ ମନ l

ପରିଶୋଧ କରିବାର ବେଳ ଆସିଗଲେ କରେ ସେ ଆତ୍ମ ଗୋପନ ll


ତଥାପି ସର୍ବଦା କ୍ଷମା ଦେଇଚାଲୁ, ସନ୍ତାନର ଶୁଭ ମନାସି l

ଧନ୍ୟ ତୋ ହୃଦୟ , ଆଉ ଧନ୍ୟ ଯେ ଗଢିଛି, ତୋ ପରି ଜଣେ ହିତ୍ୟେଷି ll


ସବୁ ଶ୍ରଧାର ବହୁ ଉର୍ଧେ ତୁ କହିବା ବାହୁଲ୍ୟ, ଘେନ ମା ଅଭିବାଦନ l

ସର୍ବଦା ଅନ୍ତର ଭିତରୁ ବାରମ୍ବାର ଶୁଭେ, ଖାଲି ତୋର ଜୟ ଜୟ ଗାନ ll


ଚାଲି ଶିଖିବାତ ଶିଖି ଥିଲି ମୁଁ ଯେ ତୋ କାନି ପଣତ ଧରି l

ଆଜି କିନ୍ତୁ ଲୁହ ବରଷି ଯାଉଛି ମୋ ପଣତ ଓଦା କରି ll


ଆଜି ଏ ମାତ୍ରୁ ଦିବସେ ଅକିଂଚନ ଭାବେ କି ଦେବ ତୋ ପଦେ ଶ୍ରଦ୍ଧାଞ୍ଜଳି l

ସାଦରେ ଘେନ ମା, କୋଟି ପୁଷ୍ପେ ଭରା କୃତଜ୍ଞାତାର ମୋ ଅଂଜଳି ll


************************************


Rate this content
Log in