ମୁଁ ତୁମ ଚରିତ୍ରହୀନା
ମୁଁ ତୁମ ଚରିତ୍ରହୀନା
ଲୁଚିଗଲି ତୁମ ଦୃଷ୍ଟି ଆଢୁଆଳେ,ଅବା ଅଦରକାରୀ ହୋଇଗଲି,
ଆଉ ସମୟ କୃର ଅଟ୍ଟହାସ୍ୟ କରି,ବାନ୍ଧି ନେଇଛି ମୋତେ.....
ତାହାରି ଶକ୍ତ ରୁଜ୍ଜୁରେ,ଦୂରକୁ...ଦୂରକୁ...ଅନେକ ଦୂରକୁ......I
କିଛି ଭୁଲ ତୁମର,କିଛି ଭୁଲ ମୋର ଥାଇପାରେ.....'ଆମ ଭୁଲ କଥା ଆମେ ବୁଝିବା',
କିନ୍ତୁ, ସବୁଠୁ ଵେଶୀ ଖେଳ ଖେଳିଲା ଏ ସମାଜର କିଛି ଚାଲାକ ଚେହେରା,
ଏ କଥା କଣ ତୁମେ ବୁଝିପାରିଲ ?
ଅନ୍ଧପୁଟୁଳି ବନ୍ଧାଥିଲା ତୁମ ଆଖିରେ ବୋଧେ !
ସେଇଥିପାଇଁ ତ ସନ୍ଧେହରେ ମୋତେ ଦୁନିଆଁ ଆଗରେ ସଜେଇଦେଇଗଲ 'ଚରିତ୍ରହୀନା',
ଏବେ ଖାଲି ଯାହା ନିନ୍ଦାର ବିଷ ପିଇପିଇ ବଂଚିଛି,
ଲୁହକୁ କୋହକୁ ଲୁଚେଇ ଲୋକଦେଖା ହସ ହସୁଛି ,
ଅନ୍ୟକୁ କଣ', ନିଜ ଛାଇକୁ ବି ଦେଖି ମୁଁ ଡ଼ରୁଛି,
ଟିକେ ବି ପଚାରିଲନି, ବଂଚିଛି କି ମରିଛି ମୁଁ ଏକାକିନା…
ମୁଁ ତୁମ ଚରିତ୍ରହୀନା I