Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଲାଖ ବିନ୍ଧା

ଲାଖ ବିନ୍ଧା

1 min
328


ଶିବଙ୍କ ପିନାକ ଧନୁ ବିଷ୍ଣୁଙ୍କ ସାରଙ୍ଗ

ପର୍ଶୁରାମ ଭୀଷ୍ମ ଦ୍ରୋଣ କୃପ ପାରଙ୍ଗ ।

କର୍ଣ୍ଣ ଅର୍ଜୁନ ଏକଲବ୍ୟ ବୀରବର

ଲକ୍ଷ୍ୟଭେଦ ପ୍ରତିକୂଳେ ଧ୍ୟେୟ ଜୀବନର ।

ଲକ୍ଷ୍ୟ ସ୍ଥିର କରି ସାଧନା ଶାଣିତ କଲେ

ଲକ୍ଷ୍ୟ ପ୍ରାପ୍ତି ପଥ ପରିଷ୍କାର ହୁଏ ଭଲେ ।

ସାଧନା ପଥରେ କର୍ଣ୍ଣ ଗୁରୁ ସେବା କରି

ରୁଧିରାକ୍ତ ହୋଇ ଅଭିଶାପ ନେଲେ ବରି ।

ଅନ୍ଧକାରରେ ଅର୍ଜୁନ ଲାଖବିନ୍ଧା ଶିଖି

ଶ୍ରେଷ୍ଠ ଧନୁର୍ଦ୍ଧର ବୋଲି ଆଖ୍ୟାୟିକା ରଖି ।

ଏକଲବ୍ୟ ଗୁରୁ ପ୍ରତିମାକୁ ସ୍ଥାପି ଗୃହେ

ଲାଖବିନ୍ଧା ଶିକ୍ଷା କଲେ ବିଦ୍ୟା ଅବଗାହେ ।

ଆଦିମ ଅଧିବାସୀଙ୍କ ଧନୁର୍ବିଦ୍ୟା ପ୍ରିୟ

ଆତ୍ମରକ୍ଷା ପଶୁପକ୍ଷୀ ଶୀକାର ନିଶ୍ଚୟ।

କ୍ରୀଡାଙ୍ଗନେ ଧନୁର୍ବିଦ୍ୟା ପାଉଛି ପ୍ରସିଦ୍ଧି

ଲକ୍ଷ୍ୟ ଭେଦ ଜୀବନରେ ଆଣିଦିଏ ସିଦ୍ଧି ।

ଚାଷ ବ୍ୟବସାୟ କର୍ମକ୍ଷେତ୍ର ସବୁଠାର

ଲକ୍ଷ୍ୟ ସ୍ଥିର କରି ହେଉଛନ୍ତି ଆଗୁସାର ।

ଟାର୍ଗେଟ ନାମରେ ଆଜି ଲଭିଛି ପ୍ରସିଦ୍ଧି

ଲକ୍ଷ୍ୟହୀନ ଜୀବନରେ ନାହିଁ କିଛି ସିଦ୍ଧି।



Rate this content
Log in