Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational Abstract Others

3  

Pranati Mahapatra

Inspirational Abstract Others

ନାରୀ ସିଏ ଜଗନ୍ମାତା

ନାରୀ ସିଏ ଜଗନ୍ମାତା

1 min
13.5K


ସୁଧାର ଆଣିବା ପାଇଁ ଏ ଜଗତେ

     ଧରିଲି କଲମ ମୁହିଁ,

ଅନ୍ୟାୟ,ଅସତ୍ୟ,ଅଧର୍ମ ପଥରେ

    (କେବେ) ନ ଯାଅଭଉଣୀ ଭାଇ ।

ବଢି ଚାଲିଛି ଏ ଜଗତଟା ସାରା

       ନାରୀ ପରେ ଅତ୍ୟାଚାର ,

ବିବାହ ବେଦୀରୁ ବର ଉଠି କରେ

      ଯୈ।ତୁକର ବଳାତ୍କାର।                       

ଝିଅ ନାଁ ଶୁଣି ଗର୍ଭରୁ ମାରୁଛି

      କରେ ସଦା ହୀନିମାନ,

ଅସୁନ୍ଦର କହି ଘରୁ ତଡିଦିଏ

      ହୋଇ ଯେ ବିବେକହୀନ।

କର୍ଣ୍ଣଖୋଲି ଥରେ ଶୁଣିରଖ ଏବେ

     ନାରୀ ଯେ ସୃଷ୍ଟି କାରିଣି,

ସର୍ବଂସହା ପୁଣି,ସ୍ନେହମୟୀ ସିଏ

      ଆଉ ଦୁଷ୍ଟ ସଂହାରିଣୀ।

କଳିର କଳ୍ମୁଷ ନାଶ କରି ହେବ

    ଜଗତେ ଜଗତଜିତା,

ନାରୀ ନୁହେଁ କା'ର ପାଦର ପାଣ୍ଡୋଇ

    ନାରୀ ସିଏ ଜଗନ୍ମାତା।

ଯେ ଜନ ନାରୀଙ୍କୁ ଜନନୀ ବିଚାରି

     ଦେଉଥାଏ ସନମାନ,

ଜୀବନଟା ତା'ର ସାର୍ଥକ ହୁଅଇ

    ସୁଖେ ବିତେ ରାତିଦିନ ।

         

  ପ୍ରଣତି ମହାପାତ୍ର

     ବାଲେଶ୍ୱର ।


Rate this content
Log in

Similar oriya poem from Inspirational