Audio

Forum

Read

Contests

Language


Write

Sign in
Wohoo!,
Dear user,
ପଉଷ ମାସ
ପଉଷ ମାସ
★★★★★

© Prasanna Kumar Madala

Others

1 Minutes   20.0K    10


Content Ranking

କୃଷକ ବଧୂର        ଅଧରେ ମଧୁର

       ଖିଲିଖିଲି ହସ ଦେଖି,

ମାର୍ଗଶିର ପରେ       ପଉଷ ଉପରେ

     ଲେଖେ ଉମ୍ଭେଇରୁ ସେକି ।

ଝରିଲାଣି କାଶ       ଫୁଟିଲାଣି ବାସ

      ସୋରିଷ ସୁମନ ହେମ,

ସ୍ଫୁଟନେ କହ୍ଲାର      ତୋଳି କି ମହ୍ଲାର

      ମଧୁପ ପରଷେ ପ୍ରେମ ।

ଶିଶିର ସମୀରେ      ବରଷେ ଜମିରେ

      ରଜତ ମୋତି ଶୀକର,

ବିଭାବରୀ ପରେ      ଦିନକର କରେ

      ଝଲସେ ଶାଖୀ ନିକର ।

ହରଷ ବିସାରେ      ସରସ ଶୀଷାରେ

      କନକ ଉଲ୍ଲୋଳ ଖେଳି,

ଦେଖି ଶ୍ରମମୂଲ      ପ୍ରୀତ ଚାଷୀକୁଳ

      ଅମଳେ ହୁଅନ୍ତି ମେଳି ।

ଶୀତର ଲହରେ      ପ୍ରତ୍ୟୁଷ ପ୍ରହରେ

      କାଟିବାରେ ସଜବାଜ,

ଲକ୍ଷ୍ମୀ ଠାକୁରାଣୀ   ତୋଷ ହେଲେ ଜାଣି

      ସୁଖେ ଗଦଗଦ ଆଜ ।

ଖଳା ଲିପାପୋଛା    କରି ଧାନ ଗୋଛା

      ସହଳେ କରିବେ ଠୁଳ ,

କି ଅଛି ଭରସା        ଅଦିନ ବରଷା

      ଉଜାଡି ନଦେଉ ମୂଳ ।

ଗ୍ରାମ ଦାଣ୍ଡେ ରେଣୁ   ମଧ୍ୟେ ଦିଶେ ଯେଣୁ

     ଠାବେ ଠାବେ ଧାନକେଣ୍ଡା, 

ବଦଳାଇ ତାହା       ମିଳିଯାଏ ଯାହା

      ଖାଆନ୍ତି ପିଲା ଓ ଭେଣ୍ଡା ।

ପଉଷ ମାସରେ      ଖୁସିର ଆସରେ

       ହସଇ ବାସ ଭବନ,

ବରଷକ ଅନ୍ନ       ପାଇ ମାଆ ମନ

      ହୁଅଇ ଭାବ ପ୍ରବଣ ।

      ପ୍ରସନ୍ନ କୁମାର ମାଦଳା

ପଉଷ ଉମ୍ଭେଇ ଖୁସି

Rate the content


Originality
Flow
Language
Cover design

Comments

Post


Some text some message..