Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ସ୍ୱାଧୀନତା ଆମ ଆସିନି ଆହୁରି

ସ୍ୱାଧୀନତା ଆମ ଆସିନି ଆହୁରି

1 min
6.6K


ପୂରୁବ ଦିଗରୁ ବିଶ୍ଵର ଯିଏ ଥିଲା ଆଲୋକ ବର୍ତ୍ତିକା

ଋଷି ମୁନି ଦେଶ ବେଦ ବାଣୀ ଭାଷ ଦେଇଛି ଏହି ମୃତ୍ତିକା ।

ସ୍ୱାର୍ଥପରତା ଆବୋରିଲା ଯେବେ ସମାଜ ହେଲା ବିଭକ୍ତ

ବିଦେଶୀ ପାଇଲେ ସୁଯୋଗ ପିଇଲେ ପଳପଳ ଏହା ରକ୍ତ ।

ଜୟଚନ୍ଦ୍ରର ସ୍ୱାର୍ଥପରତା ପୃଥ୍ଵୀରାଜେ ହେଲା କାଳ

ଯୁଗଯୁଗ ଧରି ବିଦେଶୀ ଶାସକ ଦେଶ କଲେ ଫାଳ ଫାଳ ।

ଚତୁର ଫିରଂଗୀ ବଣିଜ କରିବା ଆଶେ ଆସିଥିଲେ ଧାଇଁ

ଦେଖିଲେ ଏଠାରେ ଶାସନ କରିବା ଅସୁବିଧା କିଛି ନାହିଁ ।

ହଜାର ବରଷ ବିଦେଶୀ ଶାସନ ପଂଗୁ କଲା ଆମ ଜ୍ଞାନ

କର ଗଣି ଖାଲି ବିଦେଶୀ ମାନଙ୍କୁ ହେଲେ କପର୍ଦକ ଶୁନ ।

'ରାଜ୍ୟ ସତ୍ୱ ଲୋପ' 'ସାନ୍ଧ୍ୟ ଆଇନ' ଲବଣ ମାରିବା ମନା

ତେଜାଇଲା ଧିରେ ଜନ ଆନ୍ଦୋଳନ ଉଡିଲା ଏକତା ବାନା ।

ଦେଶଭକ୍ତିର ଜାଗରଣ ସାଥେ ଡାକରା 'ଭାରତ ଛାଡ'

ଥରିଲା ଇଂରେଜ ଶାସନ ଲବଣ ସତ୍ୟାଗ୍ରହ କୋଡ ମାଡ ।

ଆମ ଭାଗ୍ୟେ ସିନା ଦେଶ ଛାଡି ଗଲେ ଉନେଇଶ ସତଚାଳିଶ

ଭାଇକୁ କରିଲେ ଭଗାରି ବୁଣିଲେ ଦେଶ ବିଭାଜନ ବିଷ ।

ସ୍ୱାଧୀନ ହୋଇଲା ଦେଶ ଆମ ସିନା ସ୍ୱରାଜଟି ମରୀଚିକା

ନେତା ଶୋଷୁଛନ୍ତି ଜନତାଙ୍କୁ ସିଏ ଚାହିଁଛି ହୋଇ ଜଳକା ।

ଏକ ହେଲା ନାହିଁ ଦେଶ ଆମ ଆମେ ବହୁଧା ବିଭକ୍ତ ଆଜି

ନେତା ବାବା ସାଧୁ ଡାକ୍ତର ଶିକ୍ଷକ ସାଜିଛନ୍ତି ସବୁ ପାଜି ।

ସ୍ୱରାଜ ପାଇଁ କି ନୂଆ ସ୍ୱାଧୀନତା ଆନ୍ଦୋଳନ ଲୋଡା ପଡେ

ଜନତା ସଭିଏଁ ନେତା ହେବେ ଯଦି ପାଜିଙ୍କୁ କିଏବା ଲୋଡେ !!


Rate this content
Log in