Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Niranjan Sahu

Inspirational

3  

Niranjan Sahu

Inspirational

ସତକଥା ଯାହା କହୁଛି

ସତକଥା ଯାହା କହୁଛି

1 min
117


ମନେରଖିଥିବ ମୋର ବନ୍ଧୁମାନେ  

    ସତ କଥା ଯାହା କହୁଛି

ଭଲରେ ପରଖି ଟଙ୍କା ଦେବ ତାକୁ

   ଧାର ଯିଏ ଟଙ୍କା ମାଗୁଛି


ଚିକ୍କଣିଆ କଥା ଯିଏ କହୁଅଛି

   ତାଠାରୁ ଦୁରେଇ ରହିବ

ବିଶ୍ୱାସ ଜଲଦି କାରେ କରିବନି

  କଲେ ନିଶ୍ଚେ ଧୋକା ଖାଇବ


କାହାରି କଥାରେ ଭାସି ଯିବନି

  ଯେଉଁ କଥା ତୁମେ ଜାଣିନ

ବଡ଼ ବଡ଼ କଥା ଯିଏ କହୁଅଛି

   ତାହାରି କଥାରେ ପଡ଼ନ


ଏଇ ଦୁନିଆଁରେ ମଣିଷର ଶତ୍ରୁ

   ମଣିଷଟିଏ ହିଁ ଅଟଇ

ମଣିଷ ମଣିଷ ବାଦ ବିବାଦରେ

   ମଣିଷ ହିଁ ତଣ୍ଟି କାଟଇ,


ହାତେ ମାପିକରି ଚାଖଣ୍ଡେ ଚାଲିବ

   ଆଗ ପଛ ଟିକେ ଭାବିବ

ଆଜିର ଦୁନିଆଁ ବଡ଼ ବିଚିତ୍ର

   ଦେଖି ଚାହିଁ ବନ୍ଧୁ ଚଳିବ


ବିଚିତ୍ର ଦୁନିଆଁ ବିଚିତ୍ର ମଣିଷ

   ବିଚିତ୍ର ବିଚିତ୍ର ଲାଗୁଛି

ସତ କଥା ସବୁ କହିଦେଲି ବୋଲି

    କହିଲେ କହିବ କହୁଛି


କହୁ କହୁ କେତେ କଥା କହିଦେଲି

    କହିଲେ କହିବ କହୁଛି

ଆଉ ବେଶି ରାଉ ରାଉ ହେଉନାହିଁ

    ଏତକିରେ ବନ୍ଧୁ ରହୁଛି



Rate this content
Log in