Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ବଡ ଠାକୁର

ବଡ ଠାକୁର

1 min
6.7K


ନୀଳାଚଳେ ଲୀଳା କରୁଛ କାଳିଆ

ଓଡିଆ ବଡ ଠାକୁର

ବଡଦେଉଳର ସ୍ଵର୍ଗ ଶୀରି କିବା

ବର୍ଣ୍ଣିବା ମାନବ ଛାର ।

ଦାଣ୍ଡ ଯହିଁ ଦାଣ୍ଡ ନୁହେଁ ବଡଦାଣ୍ଡ

ତା ଧୁଳି ମୁଣ୍ଡେ ମାରିଲେ

ସାଗର ଯାହାର ମହୋଦଧି ଯହିଁ

ସ୍ନାନ କଲେ ପୁଣ୍ୟ ମିଳେ ।

ମସାଣି ଯେଉଁଠି ସରଗକୁ ସିଡି

ନାମ ତା'ର ସ୍ୱର୍ଗଦ୍ୱାର

ଇଛନ୍ତି ସକଳ ଦାହ ପାଇଁ କାଳେ

ପାଇବେ ବୈକୁଣ୍ଠପୁର ।

ରୋଷ ଘରେ ଯେଉଁ ଅଗ୍ନି ପାକ କରେ

ବୈଷ୍ଣବାଗ୍ନି ତା'ର ନାମ

ସ୍ୱୟଂ ମହାଲକ୍ଷ୍ମୀ ସୁବର୍ଣ୍ଣ ଚଟୁରେ

ପାକ କରନ୍ତି ସୁଗମ ।

ସବୁ ମନ୍ଦିରରେ ପ୍ରସାଦ ମିଳଇ

ପୁରୀରେ ମହାପ୍ରସାଦ

କୈବଲ୍ୟ ନିର୍ମାଲ୍ୟ ଜୀବ ଯିବାବେଳେ

ପ୍ରାଣୀ କରଇ ଆସ୍ୱାଦ ।

ବେଶ ତୁମ ବଡ ସିଂହାର ପ୍ରସାଦ

ଲାଗି ହେବା ଆଗୁ ଲୋଡା

ସବୁଠି ପ୍ରସାଦ ବାଢିକି ବାଣ୍ଟନ୍ତି

ତୁମ ପ୍ରସାଦ ଅବଢା ।

ସବୁ ମନ୍ଦିରରେ ପଣ୍ଡା ପୂଜା କରି

ଜଗା ପାଖେ ବଡପଣ୍ଡା

ଭକତ କରଇ ଅଳି ପାଇବାକୁ

ତାଙ୍କ ହାତୁ ଟିକେ ଧଣ୍ଡା ।

ସ୍ଵୟଂ ଜଗନ୍ନାଥ ମହାବିଷ୍ଣୁ ରୂପେ

ମର୍ତ୍ତ୍ୟ ବୈକୁଣ୍ଠେ ଅର୍ଚ୍ଚିତ

ଦେବ ଯକ୍ଷ ଋକ୍ଷ ଗାନ୍ଧର୍ବ କିନ୍ନର

ହୋନ୍ତି ଯହିଁ ଆତଯାତ ।

ପ୍ରତିଷ୍ଠାତା ତୁମ ସ୍ୱୟଂ ଗଜପତି

ତୁମ ଚଳନ୍ତି ପ୍ରତିମା

ରାଜା କାହିଁ ଛେରା ପହଁରା କରନ୍ତି

ବିଶ୍ଵରେ ନାହିଁ ଉପମା ।

ଶ୍ରୀଗୁଣ୍ଡିଚା ରାଣୀ ଶ୍ରୀମନ୍ଦିର କଲେ

ବଂଶେ ନରହିଲେ କେହୁ

ତବ ଇଚ୍ଛା ପୂର୍ଣ୍ଣ ହେଉ ମହାବାହୁ

ଜଗତ ଉଦ୍ଧାର ହେଉ ।


Rate this content
Log in