Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

2  

Hrushikesh Satpathy

Inspirational

ମନର ସମାଧି ନାହିଁ

ମନର ସମାଧି ନାହିଁ

1 min
7.0K


ଦେହ ଆଘାତରେ
ରକତ ଝରଇ
ମନ ଆଘାତରେ ଲୁହ ।

ରକତ ମହତ
ଲୁହ ବି ମହତ
ଜୀବନର ଦୁଇ ମୋହ ।

ଦେହ ମରଣରେ
ସମାଧିକୁ ଯାଏ
ମନର ସମାଧି ନାହିଁ ।

ନିଜର ମଣିଷ
ମରଣ ପରେ ବି
ଛାଇ ପରି ଥାଏ ରହି ।

ଭୂମିକମ୍ପ ହେଉ
ଅବା ଅଗ୍ନିପାତ
ପୃଥିବୀ ଘୁରି ଚାଲିଛି ।

ତା'ରି ଆବର୍ତ୍ତନ
ସୂର୍ଯ୍ୟ ଆକର୍ଷଣ
ସତ୍ୟ ଧର୍ମରେ ଚାଲିଛି ।

ନିଭୃତ ହୃଦୟୁ
ଝରିଥାଏ ପ୍ରେମ
ଶାଶ୍ୱତ ସମ୍ପୃକ୍ତି ନେଇ ।

ସାଥି ହୋଇ ଥାଏ
ଜନମେ ଜନମେ
ଏକାନ୍ତ ଆପଣା ହୋଇ ।

ପୁଣ୍ୟ ବୋଲି କିଛି
ପରିଭାଷା ନାହିଁ
ହୃଦୟର ଅନୁଭବ ।

ସୁକର୍ମ,ସୁଚିନ୍ତା,
ସୁଚାରୁ ଜୀବନ
ଦିଏ ସ୍ୱଚ୍ଛ ପରାଭଵ ।

ଆକାଶ କୋଳରେ
ଅଗଣିତ ତାରା
ଧ୍ରୁବ ସତ୍ୟ,ଚିରନ୍ତନ ।

କୋଟିଏ ଭିତରେ
ଗୋଟିଏ ମହତ
ବିଶୁଦ୍ଧ ଯାହାର ମନ ।


Rate this content
Log in

Similar oriya poem from Inspirational