Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Romance

2  

gouranga charan beura

Romance

ଫଗୁସିକ୍ତା..

ଫଗୁସିକ୍ତା..

1 min
6.8K


ଫଗୁଣ ଫଗୁରେ ତୁମେ ଚିତ୍ରଲେଖା

ଫଗୁଣର ଫଲ୍ଗୁ ପରୀ,

ଫଗୁଣ ଆକାଶେ ତୁମେ ଶୁଭ୍ର ଜ୍ୟୋସ୍ନା

ଫଗୁଣ ରୂପ ମାଧୂରୀ ॥

ଫଗୁଣରେ ଫଗୁ ବୋଳିଛି ମଦିରା

ଫଗୁଣ ବାସର ରାତି,

ଫଗୁଣେ ସବାରୀ ମେଲାଇ ଦେଇଛ

ଫଗୁଣ ତପ୍ତ ପୀରତି ॥

ଫଗୁଣେ ମାତିଛ ମତୁଆଲା ହୋଇ

ଫଗୁଣର ବାସ ନେଇ,

ଫଗୁଣ ପୀରତି ଜାଲେ ବାନ୍ଧି ହୋଇ

ଫଗୁଣର ଗୁଣ ଗାଇ ॥

ଫଗୁଣ ଗାଉଛି ତୁମ ପ୍ରତିଧ୍ୱନୀ

ଫଗୁଣ କାମ ବାଟିକା,

ଫଗୁଣର ଯାଦୁ ବଳୟରେ ତୁମେ

ଫଗୁଣ ବାଳା ରସିକା ॥

ଫଗୁଣର ପ୍ରୀତି ମଧୁବନେ ତୁମେ

ଫଗୁମୟୀ ଆହ୍ଲାଦିନୀ,

ଫଗୁଣର ନିଆଁ ଲଗାଇଛ ବକ୍ଷେ

ଫଗୁଣ ଗାଏ ରାଗିଣୀ ॥

ଫଗୁଣେ ଫଗୁଣୀ ତୁମେ ଅଭିମାନୀ

ଫଗୁଣ ଚମ୍ପା ମଲ୍ଲିକା,

ଫଗୁଣୀ ଗୋ ତୁମେ ଫଗୁଣ ବାସରେ

ଫଗୁରଂଗେ ଅଭିସିକ୍ତା ॥

ଫଗୁଣ କାଂଚନ ତୁମେ ଗୋ ଫଗୁଣୀ

ଫଗୁଣ ମଳୟ ଢେଉ,

ଫଗୁଣ ଶେଯରେ ଅବିର ବିଛାଇ

ଫଗୁ ମହୁ ପିଉଥାଉ ॥

ଫଗୁଣ ନିଦୁଆ ଅନ୍ଧାର ରାତିରେ

ଫଗୁଣ ଅଳସି ତାରା,

ଫଗୁଣି ଗୋ ତୁମେ ମାରି କାମ ଶର

ମୋ ଫଗୁଣେ ହୁଅ ଧରା ॥

-------ଗୈାରାଂଗ ଚରଣ ବେଉରା------

-----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ-----


Rate this content
Log in

Similar oriya poem from Romance