Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Others

2  

Chittaranjan Lenka

Others

ବିପଦ

ବିପଦ

1 min
6.5K


ବିପଦକୁ ଦେଖି          ଡରିଯାଅ ଯେତେ

ଭାବନି ବିପଦ ଆସିବ ନାହିଁ

ବିପଦ ଭୟରେ           ଯେମିତି ବି ଲୁଚ

ବିପଦ ନ ଯିବ କେବେ ପଳାଇ


ବିପଦ ତୁମର             ମିତ ନୁହେଁ ଯିଏ

ପୋଛି ଦେବ ତୁମ ଆଖିର ଲୁହ

ବିପଦ ଏମିତି                ନିର୍ମମ ଭଗାରୀ

ଅନ୍ତରରେ ଖାଲି ଆଣିବ କୋହ


ଯେ ଯେତେ ଡରିବ    ସେ ସେତେ ମରିବ

ଏ କଥା ଅକ୍ଷରେ ଅକ୍ଷରେ ସତ

ବିପଦ ସମୟେ          ଧୈର୍ଯ୍ୟ ଓ ସାହସ

ସର୍ବ ଶ୍ରେଷ୍ଠ ଅସ୍ତ୍ର ବୁଝିବ ମିତ


ଆତ୍ମୀୟ ସ୍ୱଜନ               ବନ୍ଧୁ ପରିଜନ

ସେ କାଳରେ ବଳ ଥାଆନ୍ତି ଦେଇ

ସେତିକି ଅଭାବ         ଯାହା ପାଇଁ ହେଲା

ବିପଦ ଅଗ୍ନିରେ ଜଳି ମରଇ

ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in