Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bhakta Malla

Others

3  

Bhakta Malla

Others

ନଦୀଟିଏ ହୋଇ ବହି ଯାଅ

ନଦୀଟିଏ ହୋଇ ବହି ଯାଅ

1 min
6.6K


ବନ୍ଧୁର ଶିଳାର - ହୃଦୟ ଶେଯରେ

ନଦୀଟିଏ ହୋଇ ବହିଯାଅ

ବନ୍ଧ୍ୟାର ବନ୍ଧନ କାଟି ଦେଇ ତୁମେ

କୁଳୁ କୁଳୁ ଗୀତ ଗାଇ ଯାଅ ।।

ମୋ ମନ ଉଷର ଭୂଇଁରେ ଖେଳାଇ

ଅନେକ ଆଶାର ବନ୍ୟା

ଅଜଣା ରାଇଜୁ ଧାଇଁ ଆସିଅଛ

କେଉଁ ଗିରିବାଳା କନ୍ୟା,

ପାଷାଣ ପ୍ରାଣରେ ମମତାର ମଧୁ

ବନ୍ଧୁ ତୁମେ ଥରେ ଭରିଦିଅ । ।

କାହିଁ କେତେ କାଳୁ ଆଶାରେ ଆସିଛ

ଭୁଲି ଅତୀତର ସ୍ମୃତି ,

ମୋ ପଦ ଯୁଗଳେ ଛନ୍ଦାୟିତ ହୋଇ

ଗାଇବାକୁ ପ୍ରେମ ଗୀତି -

ସେଇ ଗୀତି ସୁରେ ଜୀବନ ବେଣୁ ମୋ

ବାଜୁ ଥାଉ ହୋଇ ପ୍ରୀତିମୟ ।।

ବଣ ମୁଲକର ଅଜଣା ସୁରଭି

ଆଣିଛ ମୋ ପାଇଁ ବହି ,

କେବେ ବି ' କେଉଁଠି ଅଟକି ରହିନା

ପଛକୁ ଚାହିଁନା କାହିଁ -

ମନ ଉପବନେ କୋଇଲିଟି ହୋଇ

କୁହୁ କୁହୁ ଗୀତ ଗାଇ ଯାଅ ।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ


Rate this content
Log in