Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Tragedy

5.0  

ପ୍ରଶାନ୍ତ କୁମାର ବେହେରା

Tragedy

ଚକ୍ରବ୍ଯୁହରେ ପ୍ରେମିକା - ୩

ଚକ୍ରବ୍ଯୁହରେ ପ୍ରେମିକା - ୩

1 min
7.1K




କେମିତି ଏତେ ନିଷ୍ଠୁର

ତମେ ହୋଇପାର ?

ଜଣଙ୍କ ଲୁହ କେବଳ

ଗୁରୁତ୍ବ ପାଇବ,

ଆଉ ଜଣଙ୍କ ଲୁହ କଣ

କେବଳ ନିରୋଳା ପାଣି ?


ମନେ ପକାଇଲେ

ଦୁଶୁଛି ଖାଲି

ଗୁଡେ ବିଶ୍ୱାସଘାତକତା l

ଭଲ କଣ ଆଉ କିଛି ବି

ମନରେ ନାହିଁ l

ଏତେ ଅପମାନ କେବେ

କେହି ବି କରିନାହାନ୍ତି l

ତମେ ମୋ ମାନ କି

ମନ କିଛି ବି ରଖିଲନି l


ଏବେ ତ ମୋ କ୍ଷତ

ସେମିତି ସତେଜ ରହିଛନ୍ତି l

ଅଉ କିଛି କହିବାର ନାହିଁ,

ଏ କଷ୍ଟ ବି ଲିଭିବାର ନାହିଁ l

ତମ ଭଲପାଇବାଠାରୁ

ତମ ଘୃଣା ଓ ବିରକ୍ତି

ସତରେ ଖୁବ୍ ତୀବ୍ର l


ଆଉ କଣ ସେ ସ୍ଥିତି ଅଛି ?

ଆଖିମୁଦି ଭରଷା କରୁଥିଲି,

ଯାହା କହୁଥିଲ ସବୁକୁ

ବେଦବାକ୍ୟ ବୋଲି ଭାବୁଥିଲି l


ଏମିତି କେମିତି

ମୋ ସରଳ ମନରେ

ନିଆଁ ଲଗାଇ ପୋଡିବାକୁ

ଛାଡିଦେଇ ପାରିଲ ?

ଏବେ ତ କିଛି ନାହିଁ ସେଠି,

ଖାଲି ବିଶ୍ୱାସ ଘାତକତା

ସହି ସହି ସୃଷ୍ଟି ହୋଇଛି

ବୃହତ୍ ଦୃଣଟିଏ ସେଠି l


ଏମିତି ବାରମ୍ବାର ଭାଙ୍ଗନା

ସେଇ ସୁନ୍ଦର ମନଟିକୁ,

ହୁଏତ ହଜିଯିବ କିଛି

ସବୁଦିନ ପାଇଁ l


************************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Tragedy