ସେଦିନ ଦୀପକ ଗାଇଲାବେଳକୁ
ସେଦିନ ଦୀପକ ଗାଇଲାବେଳକୁ
ସେଦିନ ଦୀପକ ଗାଇଲାବେଳକୁ
ଆଭାକାନ୍ତ ମହାନ୍ତି
ସେଦିନ ଦୀପକ ଗାଇଲାବେଳକୁ
ବହେ ବସନ୍ତ ବହାର
ଆଜି କାମୋଦି କି ଚୋଖି, ଭଇରବୀ
ସାଜୁଛି ମେଘମହ୍ଲାର । ୦ ।
ଫୁଟିଯାଉଥିଲା ଫୁଲ ଚଉଦିଗେ
ଶୁଣୁଥିଲି ଗୀତ ଗାଇଲେ ବିହଙ୍ଗେ
ମଳୟ ମାତିଲେ ମନ ମତାଣିଆ
ଦୃଷ୍ଟି ଦୁଷ୍ଟ ହୁଏ ଇନ୍ଦ୍ରଧନୁ ରଙ୍ଗେ
ତୁମେ ଥିଲ ବୋଲି ମୋ ଭାବନା ସାରା
ମତିକୁ କରି ବିଭୋର । ୧ ।
ଫୁଟୁନାହିଁ ଆଜି ଫୁଲ ଉପବନେ
ଗାଉନାହିଁ ଗୀତ ବିହଙ୍ଗ ବିତାନେ
ବହୁନି ଆଉ ଗୋ ଭିନିଭିନି ଗନ୍ଧ
ନିରାଶା ଛାଇଛି ଆଜି ହୃଦ-ବନେ
ତୁମେ ଯେବୁ ହେଲ ପ୍ରଜାପତିଟିଏ
ଅମୃତ ହୁଏ ଜହର । ୨ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****