Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajalaxmi Tripathy

Tragedy

3  

Rajalaxmi Tripathy

Tragedy

ପଥଚ୍ୟୁତ

ପଥଚ୍ୟୁତ

1 min
13.2K


କେତେ ସହଜରେ

ଭୂଲୁଣ୍ଠିତ ହୋଇ

ସ୍ୱୀକାର କରିନେଲୁ

ସ୍ୱଳ୍ପାୟୁ ସଂଗ୍ରାମର ଜୀବନକୁ।

ରହିଗଲୁ ବନ୍ଦୀ ରୂପେ

ରାତ୍ରିର ଘନ ଅନ୍ଧକାର ଆଉ

ଗୋଧୂଳିର ସଂଶୟକୁ ନେଇ

ଇନ୍ଦ୍ରିୟାବଳୀର ଯେତେ ଅସଂଲଗ୍ନ

ସ୍ପନ୍ଦନ ସମୂହ କୋଠରୀରେ।

ଆନନ୍ଦକୁ ନିରନ୍ତର ଖୋଜି ଖୋଜି

ମେଘାଚ୍ଛନ୍ନ ହୋଇଗଲା

ତୋର ସାଧାରଣ ସୁଖଟି।

।।।ରାଜଲକ୍ଷ୍ମୀ।।।


Rate this content
Log in