Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabir Kamila

Romance

2  

Prabir Kamila

Romance

ଶେଷ ଚିଠି

ଶେଷ ଚିଠି

1 min
7.0K


ଶେଷ ଚ଼ିଠି
ସେଇ ଟା ଥିଲା ତମ ଶେଷ ଚ଼ିଠି
ତାକୁ ଏ ଯାଏଁ ସାଇତି ରଖିଛି
ପୁରୁଣା ପେଟରାରେ, ସେମିତି ଭାଙ୍ଗକରି
ଯେମିତି ତମେ ଚ଼ଉତି,ଲଫାପାରେ ପୁରେଇ ଥିଲ
ଚ଼ିଠିଟା ଏବେ ବି ସେମିତି ମହ ମହ ବାସୁଛି
ତମ ଦେହର ବାସ୍ନା ପରି
ସତେଜ ଲାଗୁଛି
ତମ କଅଁଳ ଓଠ ପରି
ଥାଉ ଆଉ ବେଶି ବର୍ଣ୍ଣନା କରି
କିଛି ଲାଭ ନାହିଁ
ଚ଼ିଠିଟା ଅଛି, ତମେ ତ ନାହଁ
ଖାଲି ସ୍ମୃତିକୁ ଇଞ୍ଚାଡ଼ିଲେ
ଆଖି ଯାହା ଓଦା ହେବ
ତମ ସ୍ମୃତି ପାଇଁ, ଚ଼ିଠିଟା ହିଁ ଯଥେଷ୍ଟ
ଚ଼ିଠି ଭିତରେ ତମେ ହିଁ ଅଛ
ବାସ୍ ଏତିକିରେ ମନଟାକୁ ବୁଝେଇଦେବି.

ପ୍ରବୀର କୁମାର କମିଳା
ଚ଼ାନ୍ଦମାରୀ ପଡ଼ିଆ,ସହଦେବଖୁଣ୍ଟା,ବାଲେଶ୍ବର
11.7.2017

 


Rate this content
Log in

Similar oriya poem from Romance