Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ପ୍ରଥମ ଦୃଷ୍ଟିରେ

ପ୍ରଥମ ଦୃଷ୍ଟିରେ

1 min
7.5K


ଧିର ପଦେ ଶିର କରି ଅଵଗାହେ

ଧଵଳିମା ଧରି ନିଜ ପରିଧେୟେ

ମନ୍ଦିର ଵେଢାରେ ହୁଅନ୍ତେ ଦଣ୍ଡାୟ

ଵେପଥୁରେ ତନୁ ହେଲା ନିଃସହାୟ


ଦୃଷ୍ଟି ସମ୍ମିଳିତ ହୁଅନ୍ତେ ତାଠାରେ

ପଲକେ ପୁଲକ ଫୁଟିଲା ଶିହରେ

ଵିସ୍ମରଣ ହେଲି ନିମିଷେ ଦେଉଳ

ଦେଖୁଥିଲା ନେତ୍ର ଯଥା କପିଞ୍ଜଳ


ଜାଣି ପାରିଲିନି ମନ୍ଦିର ମହତ

କେତେ ଵା ବାଞ୍ଛିତ କେତେ ଅବାଞ୍ଛିତ

ଯେପରି ଦେଖୁଛି ପ୍ରିୟତମା ମୋର

ପାଇବିକି ତାକୁ ପାଇ ହେବି ତାର


ଚେତନା ଚେତନ୍ତେ ହେଲା ଭାବାନ୍ତର

କାହାପାଇଁ କେତେ କରୁଛି କଦର

ଦେଉଳ ଭିତରେ ଠିଆ ହେଇ ହେଇ

ଦୌର୍ବଲ୍ୟ ଧାଉଁଛି ଦୁର୍ବିସହ ହୋଇ


ନଶ୍ଵର ଚେତନା ହେଲେ କ୍ଷଣସ୍ଥାୟୀ

ଈଶ୍ୱର ଇଙ୍ଗିତ କରେ କାଳଜୟୀ

ଏମନ ଵୁଝେନା ପାପ ଅବା ପୂଣ୍ୟ

କେଉଁଠି କଳୁଷ କେଉଁଠାରେ ଧର୍ମ


ଜ୍ଞାତ ଅଜ୍ଞାତରେ ଜାଣିବାର ଚେଷ୍ଟା

ନ ଥିଲା ପ୍ରୟାସ ନଥିଲା ପ୍ରଚେଷ୍ଟା

ତଥାପି ସେ ମୁହଁ ଧିରେ ଧିରେ ଆସେ

ଦେଉଳ ଦୀପର ଆଲୋକ ଆବେଶେ


ଜହ୍ନ ଆଲୁଅରେ କେବେବି ଝଲସେ

ସତେକି ଏ ପ୍ରେମ ଥିଲା ଆଦ୍ୟରସେ

ପ୍ରଥମ ପ୍ରେମରେ ପ୍ରଥମ ଝଲକେ

ରହିଛି ସାଥିରେ ଧରିଛି ମୁଁ ବୁକେ


ପ୍ରଶାନ୍ତ କୁମାର ହୋତା


Rate this content
Log in