Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.2  

Sadananda Sahoo

Others

କବିର ଭାବନା

କବିର ଭାବନା

1 min
6.6K


କବିର ଭାବନା ସମ୍ପୂର୍ଣ୍ଣ ନିଅାରା

କଵି ପ୍ରାଣ ନୁହେଁ ଦୁଃଖୀ ;;

ଲେଖନୀ ମୁନରେ ପ୍ରୀତି ପରଶରେ

କଵି ଆଙ୍କେ ପ୍ରତିଛବି !!

ସୁରମ୍ୟ ସୃଷ୍ଟିରେ କଵି ହଜିଯାଏ

ଶୋଭାରେ ବିମୁଗ୍ଧ ହୋଇ ;

ଜୀବନର ଦୁଃଖ ହୁଏନି ପ୍ରତୀତ

କଵିଟା ନିଅାରା ଭାଇ !!

ସମାଜର ଦୁଃଖ ବଖାଣେ ସେ ସତ

ଲେଖନୀ କୁହୁକ ସ୍ପର୍ଶେ !!

ବାର୍ତ୍ତା ବହ ସାଜି ଆଙ୍କେ ଚିତ୍ର ରାଜି

ପ୍ରକୃତି ସ୍ୱଭାବ ରସେ !!

ଆଦର୍ଶର କଥା କୁହେ ସେ ସହସା

ଯୋଡେ ନାହିଁ କର ପତ୍ର ;

ସତ୍ୟ ବୋଲି ଯାହା ଲେଖି ଦିଏ ତହା

ସାଜି ସମାଜର ମିତ୍ର !!

କଵି ହୃଦୟରେ ଯେତେ କୋହ ଭରେ

ତା'କବିତ୍ୱ ବଳିଷ୍ଠ ହୁଏ ;;

ନିଜ ଦୁଃଖ କଥା କହେ ନା ଅନ୍ୟଥା

କଵି ପରି ହବ କିଏ !!

କବିର ନିଳୟ ଦୁଃଖର ବଳୟ

କବିତ ନିଶ୍ଚିନ୍ତ ଥାଏ ;;

ନାହିଁ ଧନ ଧାନ୍ୟ ନାହିଁ ପୁଣି ମାନ୍ୟ

କଵି କିନ୍ତୁ ହସି ଦିଏ !!

ସରସ୍ୱତୀ ଘରେ ଲକ୍ଷ୍ମୀ ଅପସରେ

ଏ କଥା କଵିକୁ ଜଣା ;

ତଥାପି ପ୍ରୀତିରେ ଲେଖନୀକୁ ଧରେ

ହୁଏ ନାହିଁ ବାଟ ବଣା !!

ଧନ ଲୋଭ ନାହିଁ କିଛି ଲୋଡା ନାହିଁ

ପୁରଷ୍କାର ମାନପତ୍ର ;;

କଵିହିଁ ପବିତ୍ର କଵି ହିଁ ବିଚତ୍ର

ପାଠକ ତା' ଯୋଗ୍ଯ ସୁତ !!

********

ସଦାନନ୍ଦ ସାହୁ ;

କାରା କର୍ମଚାରୀ ; କେନ୍ଦ୍ରୀୟ କାରାଗାର ;କଟକ ;ଚୌଦ୍ୱାର


Rate this content
Log in