Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ଧନ ଓ ଜ୍ଞାନ

ଧନ ଓ ଜ୍ଞାନ

1 min
348



ପିଲେ ପଚାରିଲେ ଗୁରୁକୁ ଆଜି   

ଜ୍ଞାନ ବଡ ନା ଧନ ?

ଗୁରୁ କହିଲେ ପିଲାଙ୍କୁ ତାଙ୍କର

 ମନ ଦେଇଟି ଶୁଣ ॥

ଧନ ପାଇଁ ହୁଏ ମାନହାନୀ

ସଂପର୍କ ହୁଏ ତିକ୍ତ

ଜ୍ଞାନ ପାଇଁ ଦାନବ ଓ ଦେବତା

ହୁଅନ୍ତି ସଦା ଶକ୍ତ ॥

ଜ୍ଞାନ ବାଣ୍ଟୁଥିଲେ ବଢିବ ନିତି

ଜନ କରିବେ ପ୍ରଶଂସା

ଧନ ବାଣ୍ଟିଦେଲେ ସରିବା ସତ

ହେବ ପୁଣି ଲୋକହସା ॥

ଜନ ଲୋଡିବେ ଯେବେ ଧନ

ବିପଦ ଆସିବା ନିଶ୍ଚୟ

ଜ୍ଞାନ ବଢିଲେ ଲୋକଙ୍କର

ଧର୍ମରେ ରଖିବେ ଲୟ ॥

ମଲାବେଳେ ସାଥେ ଧନକୁ

ନେବାନାହିଁ କେହି ଜାଣ

ଜ୍ଞାନ ବିତରିଲେ ଜାଣିଥା

ଝୁରିବ ସଭିଙ୍କ ମନ ॥

ବିଦ୍ୟା ଅଟଇ ମହାଧନ

କରବନି ତାକୁ ହେଳା

ଶିକ୍ଷାକୁ ଲକ୍ଷ୍ୟରେ ରଖିଲେ

ବୁଡିବନି ଜମା ଭେଳା ॥

ତଉଲିରେ ଯେବେ ତୋଳିବା

ଜ୍ଞାନ ହିଁ ହେବ ଭାରୀ

ଧନ ହେବ ଯେ ନିମ୍ନଗାମୀ

ଯିବ ସେ ଚିରି ସରି ॥

ଶିକ୍ଷାକୁ ଦିଅ ଅଗ୍ରୀମ ଜନ

ଦୁଃଖରୁ କରିବ ପାର

ଧନକୁ କରିଲେ ଲୋଭ ଜାଣ

ଜୀବନ ମୂଲ ଅସାର ॥



Rate this content
Log in