ଦୁଃଖହାରୀ
ଦୁଃଖହାରୀ
ଦୁଃଖ ଦେଖି ପାରେ ନାହିଁ ମୋତେ ଦୁଃଖ ଖାଲି ଦେଖାଇଲ
ନିଜେ କୁହ ପ୍ରଭୁ ଦୁଃଖହାରୀ ତୁମେ କେମିତି ହୋଇ ପାରିଲ ?
ଦୁଃଖ ସ୍ୱର କା’ର ଶୁଣି ପାରେ ନାହିଁ ତାକୁ ଶୁଣେଇ ଚାଲିଲ
ନିଜେ କୁହ ପ୍ରଭୁ ଦୁଃଖହାରୀ ତୁମେ କେମିତି ହୋଇ ପାରିଲ ?
ଦୁଃଖ ସହି ପାରେ ନାହିଁ ବୋଲି ମୋତେ ଦୁଃଖରେ ଜଳାଇ ଦେଲ
ନିଜେ କୁହ ପ୍ରଭୁ ଦୁଃଖହାରୀ ତୁମେ କେମିତି ହୋଇ ପାରିଲ ?
ତୁମକୁ ନିନ୍ଦିବା ଶକତି ବା କାହିଁ ମୁଁ ତ କୀଟଠୁ ବି ହୀନ
ଦୁଃଖହାରୀ ତୁମେ କାହା ପାଇଁ ଏହା ମନରେ ମୋହର ପ୍ରଶ୍ନ ?
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©