ବର୍ଷା
ବର୍ଷା
1 min
297
ନିଦାଘର ଅନ୍ତେ ତୁମେ ଯେ ଆସନ୍ତେ
ତୁମ ଚୁମ୍ବନେ ଗୋ ବର୍ଷା
ସକଳ ଜୀବନେ ପ୍ରତି ହୃଦ-ପ୍ରାଣେ
ଭରିଲ ଅୟୁତ ଆଶା ।।(୧)
ଡହ ଡହ ତାତି ମିଳିଲା ମୁକତି
ସଭିଏଁ ହେଲେ ଆଶ୍ୱସ୍ତ
ତୁମ ଆଗମନେ ସର୍ବେ ଆନନ୍ଦିତ
ଭୁଲି ସବୁ ବ୍ୟଥା କଷ୍ଟ ।।(୨)
ତାପିତ ଧରିତ୍ରୀ ପିଇଲା ତୃଷାର୍ତ୍ତେ
ନୀର ତୁମ ବୁକୁ ଧାରେ
ସବୁଜିମା ଭରା ପୁଣ୍ୟ ବସୁନ୍ଧରା
ହସିବ ତୁମ ଛୁଆଁରେ ।।(୩)