Audio

Forum

Read

Contests

Language


Write

Sign in
Wohoo!,
Dear user,
କରୁଛି ଗୁହାରି ନୀଳାଦ୍ରିବିହାରୀ
କରୁଛି ଗୁହାରି ନୀଳାଦ୍ରିବିହାରୀ
★★★★★

© Pranati Mahapatra

Inspirational Others

1 Minutes   6.9K    4


Content Ranking

ଜୟ ଜୟ ଜଗନ୍ନାଥ ନୀଳାଦ୍ରି ବିହାରୀ,

ଶ୍ରୀ ପାଦେ କରୁଛି ଆଜି ଘେନ ମୋ ଗୁହାରି,

ବଢିବଢି ଯାଏ ଅଶାନ୍ତ ବାତାବରଣ,

କେଉଁଠି ବି ସୁଖ ଶାନ୍ତି ନମିଳଇ ଜାଣ

ମାଟି ମା କାନ୍ଦେ ଖାଲି କଇଁ କଇଁ ହୋଇ,

ମହାନଦୀ କାନ୍ଦୁଅଛି ଛାତିକୁ ଫଟାଇ,

ମାତୃଭାଷା ହିନୀମାନୀ ପରି ତ ରହୁଛି,

ନାରୀଟିଏ ଦୁଷ୍କର୍ମର ଶିକାର ହେଉଛି,

ମାଆ ବାପାଙ୍କର ଦୁଃଖ କହିଲେ ନ ସରେ,

କନ୍ୟା ଭ୍ରୁଣ ଯେତେ ସବୁ ସଢେ ନର୍ଦ୍ଦମାରେ।

ଚାଷୀ ଆତ୍ମହତ୍ୟା କରେ ଅଭାବରେ ସଢି,

ଉଚ୍ଚଶିକ୍ଷା ପାଇ ବେକାରୀଙ୍କ ସଂଖ୍ୟା ବଢି।

ଚୋରି ଡକାୟତି ଦିନ ଦ୍ଵିପହରେ ଚାଲୁଥାଏ,

ଦୁର୍ବଳ ଉପରେ ସବଳ ଅତ୍ୟାଚାର ବଢୁଥାଏ।

ଧର୍ମ କର୍ମ ଭୁଲିଯାନ୍ତି ସର୍ବେ ମତ୍ତ ହୋଇ,

ସତ୍ୟ,ନ୍ୟାୟ ସ୍ୱପ୍ନ ଖାଲି ଏଠି ତ ହୁଅଇ।

ବିଦ୍ୟାଳୟ,ଦେବାଳୟ ବାଦ୍ ବି ପଡେନି,

ବଡ ନାରଖାର ହୁଏ ଏ ପ୍ରକୃତି ରାଣୀ।

ସୁଖ ଶାନ୍ତି ରାସ୍ତା ସବୁ ବନ୍ଦ ହୋଇଲାଣି,

ଅଶାନ୍ତ ମଳୟ ସବୁଆଡେ ବ୍ୟାପିଲାଣି।

ଏଥିରୁ ନିସ୍ତାର ପାଇଁ ପଥ ଦିଅ କହି,

ନହେଲେ ସୁନା ସଂସାର ଚୁନା ଯିବ ହୋଇ।

ଜଗତର ନାଥ ତୁମେ ସବୁ ଦେଖୁଅଛ,

ବଡ ଦିଅଁ ହୋଇ କିଆଁ ଏସବୁ ସହୁଛ?

ନ୍ୟାୟାଧୀଶ ହୋଇ ସତ୍ୟ କର ଉତ୍ଥାପନ,

ଧର୍ମର ବିଜୟ ବାନା ଉଡୁ ଚାରି କୋଣ।

.......ପ୍ରଣତି ମହାପାତ୍ର

ବାଲେଶ୍ଵର

ଜଗନ୍ନାଥ ନୀଳାଦ୍ରି ଗୁହାରି,

Rate the content


Originality
Flow
Language
Cover design

Comments

Post


Some text some message..