Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଖଳତନ୍ତ୍ର

ଖଳତନ୍ତ୍ର

1 min
6.5K


ଏକଥା ନୁହେଁ ଯେ ମନ୍ଦ କଥା ଆଉ

ପାରିବିନି ବୋଲି ଦେଖି

ପରନ୍ତୁ ଦେଖିଲେ ରାଜ ଦରବାରେ

ହୋଇଯିବି କାଳେ ସାକ୍ଷୀ ,

ଚିତ୍ରଗୁପ୍ତ ମୋର ସବୁ କଥା ନେଇ

ପଞ୍ଜିକାରେ ଦେଲେ ଲେଖି

କଥା ସରିଯିବ, ସେଥିପାଇଁ ଏବେ

ଫୁଟାଇ ଦେଲେ ମୋ ଆଖି ।

ମୂକ ପ୍ରାୟେ ମଣି ମୋହ ପ୍ରତି ଆଜି

ସଦୟ ହେଲେ କି ହେବ

ମନ୍ଦ କଥା ଯେତେ କହିବିନି ବୋଲି

ତମେ ସିନା ଭାବୁଥିବ ,

ତାଙ୍କ ବିରୋଧରେ ସ୍ବର ଉଠେ ଯଦି

କ୍ଷମତାଟି କିଏ ନେବ

ସେଥିପାଇଁ ପରା ଭାବି ଚିନ୍ତି ମୋର

କାଟି ନେଇଗଲେ ଜିଭ ।

ବଧିର ଭାବି କି ଅନୁଗ୍ରହ ଏତେ

ଉଚ୍ଚେ କର ଉଚ୍ଚାରଣ

କେବେ କିଛି ମୋର ଅଣ୍ଟିରେ ପୂରାଇ

କିପାଇଁ ହେ ଦିଅ ଦାନ ,

ହାଟରେ ବାଟରେ ପ୍ରଘଟ କରିଲେ

ସହନ୍ତେ କି ସେହି ଜନ

କଉଶଳେ ଦେଖ ନିବୁଜ କରିଲେ

ବିଣ୍ଡା ମାରି ଦୁଇ କାନ ।

ସ୍ବାର୍ଥବାଦୀଙ୍କର ଲାଭ ଖୋର ଏହି

ବେଉସା ତ ରାଜନୀତି

ଆଖି ପାଟି କାନ ବନ୍ଦ ଥିବା ଯାଏଁ

ଖଳତନ୍ତ୍ରେ ଯିବେ ଜିତି ।

ପ୍ରସନ୍ନ କୁମାର ମାଦଳା


Rate this content
Log in