Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୬୬

ଜୀବନ ଗୀତା-୩୬୬

1 min
141


ଜୀବନର କ୍ରମ ବିକାଶ

ଜାରି ରହିଛି ଅବ୍ୟାହତ

ଅଂଧାରରୁ ଆଲୋକ ଦିଗେ

ଆଗୋଉଛି ପ୍ରତିନିୟତ ॥୦॥

ପାଦ ତଳର ମାଟି

ଖସି ଯାଇଛି କେବେ

ପକ୍ଷ ବିସ୍ତାରି ମନ

ଆକାଶ ଛୁଆଁ କେବେ

ଦୁଃଖର ଦୀର୍ଘଶ୍ୱାସ

ସୁଖର ସହବାସ

ଜୀବନକୁ ବୈଚିତ୍ରମୟ

କରିଛି ଆଦ୍ୟରୁ ପ୍ରାନ୍ତ ॥୧॥

ମିଥ୍ୟା ପରଦା ତଳେ

ସତ ଯାଇଛି ଲୁଚି

ଧାରେ ଆଲୋକ ବଳେ

ରାତି ଯାଇଛି ଘୁଞ୍ଚି

ରାତ୍ରିର ଅବଶେଷେ

ପୂର୍ବେ ସୂରୁଜ ହସେ

ମିଥ୍ୟାପରେ ସତର ଜୟ

ସର୍ବଦା ଶତ ପ୍ରତିଶତ ॥୨॥


Rate this content
Log in

Similar oriya poem from Inspirational