Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

0.8  

Akshayakumar Dash

Others

ତୋଟା୧୨

ତୋଟା୧୨

1 min
249


ପଥକଡ଼ ଗଛ ତିନୋଟି ଥାଇ

ବାଟୋଇ ମାନଙ୍କୁ ଦିଅନ୍ତି ଛାଇ ।

ପ୍ରଥମ ଗଛଟି କୁହଇ ଭାଇ

ଜୀବନ ଆମର କିକାମ ପାଇଁ?

ଭାବିଛି କାଠରେ ସିନ୍ଦୁକ ହେବି

ଜମିଦାର ଧନ ରଖିବି ଦେବି ।

ଦୁତୀୟ ଗଛର ମନର କଥା

ତା 'କାଠରୁ ପୋତ ହୋଇଲେ ଯଥା ।

ଯିବ ଦୁରଦେଶ ବୋଇତ ଭାସି

ସାଧବ ବେପାର କରିବେ ଆସି।

ତୃତୀୟ ଗଛଟି ଉଠିଲା କହି

ବାଟକଡେ ଥିବି ଏମିତି ରହି ।

ଫଳ ଫୁଲ ଜାଳ ଦେବି ମୁଁ ଛାଇ

ନର ପଶୁପକ୍ଷୀ ସାଥିରେ ଥାଇ ।

ଝଡ଼ ବତାସରେ ଉପୁଡି ଗଲେ

ମୋପଟାରୁ ପୋଲ ହୋଇବ ଭଲେ ।

ଚାଲିବେ ଉପରେ ହୋଇଲେ ପାରି

ଜୀବନ ସଫଳ ଲାଗିବ ଭାରି ।



ଅକ୍ଷୟକୁମାର ଦାଶ ଜାରକା ଯାଜପୁର



Rate this content
Log in