Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୮୪

ଜୀବନ ଗୀତା-୩୮୪

1 min
340


ଜୀବନ ଜଳିଛି ପଥେ

ଅଚାନକ ହୁତୁହୁତୁ ହୋଇ

କୁହୁଳିଛି କେବେପୁଣି

ପାଉଁଶ ତଳର ନିଆଁ ହୋଇ ॥୦॥

ବିନ୍ଦୁରେ ବିନ୍ଦୁରେ ପୂରା

ଜୀବନ ଚିତ୍ରିତ

ରେଖାରେ ରେଖାରେ ସେତ

ହୋଇଅଛି ଯୁକ୍ତ

ଛିଡିଛି ବଂଧନ ଯେବେ

ଅଂଧକାର ଆସିଛି ଘନେଇ ॥୧॥

ପ୍ରୀତିରେ ପ୍ରୀତିରେ କେବେ

କୋମଳ ଗାନ୍ଧାର

ଭୀତିରେ ଭୀତିରେ ପୁଣି

ଅଥଳ ଅନ୍ଧାର

ଧୂସର ଜୀବନେ କେବେ

ସବୁଜିମା ଯାଇଅଛି ଛାଇ ॥୨॥



Rate this content
Log in