ଆମ କାଳିଆ
ଆମ କାଳିଆ
ଦେଖିଛ କି କେହି ଶୁଣିଛ କି କେହି
ଏମିତି ବି ଅଛି କିଏ
ଯିଏ ଯେଉଁ ରୂପେ ଖୋଜଇ ତାହାକୁ
ସେ ରୂପରେ ଦେଖା ଦିଏ
କେତେବେଳେ ଭାଇ କେତେବେଳେ ବନ୍ଧୁ
କେବେ ରସିକ ନାଗର
ସବୁଠାରୁ ବଡ ସବୁଠୁ ବି ଛୋଟ
ସିଏ ପୁଣି ନିରାକାର
କେତେବେଳେ ହସେ କେତେବେଳେ କାନ୍ଦେ
କେବେ ବି ରହେ ମଉନ
ମୋର ଭାବନାରେ ଯେ ହେବ ସକ୍ଷମ
ପ୍ରକୃତ ପୁରୁଷୋତ୍ତମ
ଯାହା ନିକଟରେ ବିଶ୍ୱର ଭଣ୍ଡାର
ପୁଣି ସେ ଅଇଣ୍ଠାଖିଆ
ତା* ଭଳିଆ କେହି ବ୍ରହ୍ମାଣ୍ଡରେ ନାହିଁ
ସେ ପରା ଆମ କାଳିଆ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©