ଅଭିମାନୀ ଜହ୍ନ
ଅଭିମାନୀ ଜହ୍ନ
1 min
179
॥ ଅଭିମାନୀ ଜହ୍ନ ॥
ଅନ୍ଧାରର କାନ୍ଥି ଧରି
ଆକାଶର ଛାତିସାରା
ଫୁଟିଗଲା ତାରାଙ୍କର
ତାରକସି ତରାଟ
ଆଜି ଏ ଦ୍ବିତୀୟା ଜହ୍ନ
ଖାଲି ଟିକେ ଚାହିଁଦେଇ
ଅଭିମାନେ କିଳିଦେଲା
ସଂଜବେଳୁ କବାଟ !