କଲମର କଳା
କଲମର କଳା
କଲମ କଲମ କଲମ
ଲେଖନୀରୁ ଆସି ମୂଷିକ ହୋଇଲ
ଅପସଂସ୍କୃତିର ମଲମ ।
ସ୍ମୃତି କ୍ଷୀଣ ହେତୁ ଶୃତିକି ଲେଖିଲ ଉପନିଷଦଠୁ ଗୀତା
ଅଷ୍ଟାଦଶ ପୁରାଣକୁ ରୂପ ଦେଲ ସମାଜ ପାଇଁ ସଂହିତା ।
କଲମ କଲମ କଲମ
ବାଇବେଲ ସାରିୟତ୍ ଗୁରୁ ଗ୍ରନ୍ଥ ସବୁଠି ତୁମରି ନାମ ।
ଅସି ଠାରୁ ମସୀ ମହା ବଳିଆର କଥା ନୁହେଁ ଆଜି କାଲିକା
ବାଲମିକ ଠାରୁ ବେଦବ୍ୟାସ ଗର୍କୀ ଟଲଷ୍ଟୟ କାର୍ମୁ କାଫକା ।
କଲମ କଲମ କଲମ
ସାହିତ୍ୟ ସଂସ୍କୃତି ପଂଗୁ ପ୍ରାୟ ତୁମ ବିନା ଭେଦେ ନାହିଁ ମରମ ।
ଲେଖନୀରୁ ପର କଲମ ହୋଇଲ କାଳକ୍ରମେ ଝର କଲମ
ବିନ୍ଦୁ କଲମରୁ କୋମାରେ ପଡିଛ ମୂଷା ଜୟଷ୍ଟିକ ପେରେମ ।
କଲମ କଲମ କଲମ
ପେଟରେ ଭରୁନ କାଳି ଆଉ ତୁମେ ଶୁନ୍ୟଦେହୀ ହେବା ଭରମ ।
ସମୟର ମପାଚୁପା ଉପଯୋଗ କ୍ଷୁଦ୍ର ଗଳ୍ପ ଅଣୁ ଗଳପ
ଜୈତ୍ରବାନା ତବ ଉଡ଼େ ଫରଫର ଯାଉ ଯୁଗ ଯାଉ କଳପ ।
କଲମ କଲମ କଲମ
ଶୁନ୍ୟଦେହୀ ହେବ ତଥାପି ଲେଖାଟି ଭେଦୁ ସମାଜର ମରମ ।
-ବିଶ୍ଵେଶ୍ୱର ମାଝୀ-