Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ଭାରତ ଆମ ଅଖଣ୍ତ ଦେଶ

ଭାରତ ଆମ ଅଖଣ୍ତ ଦେଶ

1 min
6.7K


ଏ ମାଟି ମାଆ କୋଳେ ଜନମ ଆମେରେ

ଭାରତ ଆମର ଦେଶ

ତା' ପାଣି ପବନ ଭରିଛି ଜୀବନ

ରଖିବା ଆମେ ତା' ଯଶ ।

ଏଇ ମାଟି ପାଇଁ କେତେଯେ ବୀର

ଦେଇଛନ୍ତି ପ୍ରାଣ ବଳି

ବାର ବରଷର ବାଜିଆକୁ ଦେଖ

ମଥାନତ ନକରି ଫିରଙ୍ଗି ଗୁଳିରେ ପଡିଲା ଟଳି ।

ଶତୃ ପାଶେ କେବେ ହାରିବା ନାହିଁ

ବିଜୟ ପାଇଁ ଆମେ ଲଢିବା ଯାଇ

ଭାରତ ଆମର ଅଖଣ୍ତ ଦେଶ

ଏକାଠି ହୋଇ ଆମେ ରଖିବା ଯଶ ।

ନିଜ ଜୀବନକୁ ବାଜି ଲଗାଇ

ସୀମାରେ ଆମେରେ ଲଢିବା ଯାଇ

ବୀର ସନ୍ତାନ ଆମେ ଭାରତ ମାଆ'ର

ଶତୃକୁ ଦେବାରେ ଜବାବ ତା'ର ।

ହିନ୍ଦୁ ,ମୁସ୍ ଲିମ୍ ,ଶିଖ୍ ସବୁ ଭାଇ ଭାଇ

ଆସରେ ଲଢିବା ଏକାଠି ହୋଇ

ଏ ଦେଶ ମାଟିକୁ ମଥାରେ ବୋଳି

ଦେଶ ପାଇଁ ଦେବା ଜୀବନ ବଳି 

ବିଜୟ ଆଣିବା ଏ ଦେଶ ପାଇଁ

ତ୍ରିରଙ୍ଗା ପତାକା ଦେବା ଉଡାଇ ।

ଆମ ଦେଶ ଟେକ ଆମେ ରଖିବା

ଦେହେ ଥିବା ଯାଏ ପ୍ରାଣ

ଇଟାର ଜବାବ ପଥରରେ ଦେବା

ଆସରେ ଭାରତ ସୁପୁତ୍ର ଗଣ ।

 


Rate this content
Log in