Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Raja Sekhar CH V

Others

2  

Raja Sekhar CH V

Others

ଉତ୍କର୍ଷକ ଉପହାର

ଉତ୍କର୍ଷକ ଉପହାର

1 min
375


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ମାତାପିତାଙ୍କ ଦ୍ୱାରା ଉତ୍ସର୍ଗୀକୃତ ଜୀବନ୍ତ ଜୀବନ ଉତ୍କର୍ଷକ ଉପହାର,

ତାଙ୍କ ଅମୁଲ୍ୟ ଅନୁଦାନ ପ୍ରତି ସନ୍ତାନ ପାଇଁ ସମୃଦ୍ଧିସମ୍ପନ୍ନ ସମାହାର |୧|


ଜନ୍ମଦାତାଙ୍କ ଠାରୁ ମିଳିଥିବା ମହାର୍ଘ ସୀମିତ ସମୟ ଅତୁଲ୍ୟ,

ଯାବଜ୍ଜୀବନ ଯଥାଶକ୍ତି ଲାଳନ ପାଳନ କରି ଜୀବନଚର୍ଯ୍ୟା କରନ୍ତି ବହୁମୂଲ୍ୟ |୨|


ମମତା ସହ ମାଆ ଆଦିଗୁରୁ ହୋଇ ଅବଦାନ କରନ୍ତି ସଭ୍ୟତା ସଂସ୍କାର,

ଜନନୀଙ୍କୁ ସୃଷ୍ଟି କରି ଭଗବାନ କରଛନ୍ତି ପ୍ରତି ସନ୍ତାନ ର ଉତ୍କୃଷ୍ଟ ଉପକାର |୩|


ବିଦ୍ୟାଭ୍ୟାସ ରୁ ପ୍ରାରମ୍ଭ ହୁଏ ପ୍ରତି ମନୁଷ୍ୟ ଜୀବନ ରେ ନୂତନ ଅଧ୍ୟାୟ,

ମେଧାଶକ୍ତି ତପଃଶକ୍ତି ବାକ୍ ଶକ୍ତ ଆତ୍ମପ୍ରତ୍ୟୟ ପ୍ରଦାନ କରନ୍ତି ଉପାଧ୍ୟାୟ |୪|


ଆଜୀବନ ରହୁ ସାଙ୍ଗ ସମୂହ ର ଉପହାର ସ୍ୱରୂପ ସ୍ନେହ,

ଉପକୃତ ଉନ୍ମୁକ୍ତ ହେବୁ ସତ୍ସାଙ୍ଗତ୍ୟ ରହିଲେ ପ୍ରତ୍ୟହ |୫|


ଆସିବେ ପୁଣି ଦାମ୍ପତ୍ୟ ସନ୍ତତି ବନ୍ଧନ ରୂପେ ସାଂସାରିକ ମୋହମାୟା,

ସ୍ମରଣେ ରହୁ ଯେ କ୍ଷଣ-ଭଙ୍ଗୁର ନଶ୍ଵର ଏହି କାଳବଣେ କାଳବଶ କାୟା |୬|


ପାର୍ଥସାରଥୀ ପାର୍ଥଙ୍କ ପାଇଁ କୁରୁକ୍ଷେତ୍ର ରଣଭୂମି ରେ ହେଲେ ମହାମହୋପାଧ୍ୟାୟ,

ସମଗ୍ର ସଂସାର ପାଇଁ ଉପନ କରିଲେ ଭଗବଦ୍ଗୀତା ବ୍ରହ୍ମଜ୍ଞାନ ର ଅନୁପମ ଅଷ୍ଟାଦଶ ଅଧ୍ୟାୟ |୭|


ଉତ୍କଳୀୟଙ୍କ ପାଇଁ ଶ୍ରୀଜଗନ୍ନାଥ ସଦା ପ୍ରାତଃସ୍ମରଣୀୟ,

ଦେବୀ ବିମଳାଙ୍କ ଅନୁମୋଦିତ ମହାପ୍ରସାଦ ସୁସ୍ଵାଦ ଅବିସ୍ମରଣୀୟ |୮|


ମାଆ ବାପା ଅଧ୍ୟାପକ ଅଧ୍ୟାପିକା ବସୁନ୍ଧରା ନିରନ୍ତର କରନ୍ତି ଉପକାର,

କର୍ତ୍ତବ୍ୟନିଷ୍ଠ କର୍ମନିଷ୍ଠ ହୋଇ କେବେ ଆଶା କରନ୍ତିନି ପ୍ରତ୍ୟୁପକାର |୯|


ସାଦର ସମ୍ମାନ ସହ ଯଥାସମ୍ଭବ ନିଜ ଜନକଜନନୀ ଗୁରୁଜନଙ୍କୁ ଦେବା ଉତ୍କୃଷ୍ଟ ଉପହାର,

ସମସ୍ତଙ୍କ ଜୀବନକାଳ ରେ ଜନାର୍ଦ୍ଦନ ଥରେ ମାତ୍ର ଦିଅନ୍ତି ଏହି ଉତ୍କର୍ଷକ ଉପହାର |୧୦|


Rate this content
Log in