Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Crime Inspirational

3  

Ghanashyam Biswal

Crime Inspirational

କହିବାକୁ ଲାଗେ ଲାଜ

କହିବାକୁ ଲାଗେ ଲାଜ

1 min
426


ମନରେ ଭକତି ଥାଉ କି ନଥାଉ

ମନ୍ଦିର ନଥିଲେ ବୁଡ଼ିବ ଭେଳା

ଘରେ ଦାନା କନା ଥାଉ କି ନଥାଉ

ଦାନ କରି ପୁଣ୍ୟ ପାଇଲେ ହେଲା l


ଦେଶର ଗୌରବ ଭାସିଯାଉ ପଛେ

ନିଜ ସ୍ୱାର୍ଥ ଖାଲି ପୂରଣ ହେଉ

ଭୋକରେ ଦୁଃଖରେ ମରନ୍ତୁ ସମସ୍ତେ

ଚୋରୀ, ଲୋଭୀ ହୋଇ ଜୀବନ ଯାଉ l


ସମସ୍ତେ କରନ୍ତୁ ଘୃଣା ପଛେ ମୋତେ

କପଟ କରିବି ସାରା ଜୀବନ

ସ୍ୱାର୍ଥପର ହୋଇ ଦେଶଦ୍ରୋହୀ ହେବି

ବିଷ ଭାବନାରେ ଥାଉ ମୋ ମନ l


ମନରେ ଶରଧା ଥାଉ କି ନଥାଉ

ମିଠା କଥା କହି କିଣିବି ମନ

ସୁବିଧା ପାଇଲେ ସୁଯୋଗ ଦେଖିକି

ନିଜ ଭଲ ପାଇଁ ନେବି ଜୀବନ l


Rate this content
Log in

Similar oriya poem from Crime