Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta None

Others

2  

Abhakanta None

Others

ଫଗୁଣ ଆଉଛି

ଫଗୁଣ ଆଉଛି

1 min
1.3K


ହେଇ ଆଜିକାଲି ଆମ ଗାଁଆ ପଟେ

ସତରେ ଫଗୁଣ ଆଉଚି

ଧେତ୍ ଆଜିଯାଏ ଗୁଣ ଛାଡିନାହଁ ?

ସତ ମାନ, ଆଖି ଛୁଁଉଛି ।୦।

କାଳେ ମାନିବନି ସେଇଥି ପାଇଁ କି ଦେଖ ପଠେଇଛି ଫଟୋ

ଅଧିକ ଛୋପରା ନ ହୋଇ ଦେଖିବ ଆଖି ଖୋଲି କଟମଟ

ହେଲେ ସତରେ ହୋ ଖୁସି ଲାଗୁନାହିଁ

ମନ ଛଟପଟ ହଉଛି ।୧।

ଯେଣୁ ଆଗ ପରି କାନେ ପଡୁନାହିଁ କିଚିରିମିଚିରି ଗୀତ

ତୋଟା ମାଳ ନାହିଁ କୋଇଲିର କୁହୁ ହେଉଛି ଅପରାପତ

ଛଟକୀ ହଳଦୀବସନ୍ତ ଦେଖିବା

ସପନ ପରାୟେ ହେଉଛି ।୨।

ଫଗୁଣ ଫଗୁଣ ମହକେ ପବନ ଦିଗୁଣ ହେଉନି ଖୁସି

କା'ର ନିଆଁଲଗା ବିଚାରେ ଖୁସିଟା ଅବଶୋଷେ ରହେ ଧସି

ଆଉ ଫେରିବନି ପୁରୁଣା ଫଗୁଣ

ଅତୀତକୁ ଝୁରି ହେଉଛି ।୩।


Rate this content
Log in