Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Tragedy

3  

Sadananda Sahoo

Tragedy

ଅସ୍ତ ଅଟଳ ନୀରବ ଭାରତ

ଅସ୍ତ ଅଟଳ ନୀରବ ଭାରତ

2 mins
6.7K



ହେ ଜନ ନାୟକ ଶତ ପ୍ରଣିପାତ

ପାଦ ପଦ୍ମେ ଅଶ୍ରୁ ବିନ୍ଦୁ ;

କାନ୍ଦୁଚି ଜନନୀ କାନ୍ଦୁଚି ଏ ଭୂମି

ତୁମେ ଥିଲ ପ୍ରାଣ ସିନ୍ଧୁ !!

ସପନ ଆଖିର ଭାରତ ମାତାର

ତୁମେ ଥିଲ ନେତ୍ର ଜ୍ୟୋତି;

ଆହେ ବାଜପେୟୀ ତୁମେ କାଳଜୟୀ

ଅଲିଭା ରହିବ ସ୍ମୃତି !!

ସୁଯୋଗ୍ୟ ସନ୍ତାନ ତୁମେ ଧନ ମନ

କବିପ୍ରାଣ ହୃଦୟର ;

କୋଟି ଜନ ମନ ଶ୍ରଦ୍ଧାର ସୁମନ

ସ୍ମୃତି ପ୍ରୀତି ନିରାଧାର !!

ବିଶାଳ ହୃଦୟ ଜନମାନସର

କଵି ପୁଣି ରାଜନେତା ;

ସ୍ଵଚ୍ଛସାଶନର ଥିଲ ସୂତ୍ର ଧର

ସ୍ୱୟଂପୂର୍ଣ୍ଣ ଅଭିନେତା !

ଜୀବନ ସଂଘର୍ଷେ ଥିଲ ତ ଉକର୍ଷେ

ଇତିହାସ ମୁକ ସାକ୍ଷୀ ;

ଯୁବାବୟସରେ ଲଢିଲ ସରାଗେ

ପରାଧୀନ ଦୁଃଖ ଦେଖି !!

ହେ ମହାସଂଗ୍ରାମୀ ଅଟଳ ବିହାରୀ

ଆଜୀବନ ବ୍ରହ୍ମଚାରି ;

ଲୋଭ ମୟା ଜମା ନ ଥିଲା ହେ ବାବା

କିଏ ହବ ତଵ ସରି !!

ମୁଖେ ବଜ୍ରବାଣ ତେଜସ୍ୱୀ ଭାଷଣ

କଥାର କୁହୁକ ପେଡ଼ି ;

ଜନମନ ଜିଣି ନିଅ ମୋହି

କେମିତି ଗଲହେ ଛାଡ଼ି !!

ହେ ସେବାର ଦ୍ୟୋତକ ସ୍ୱୟଂସେବକ

ମାଆ ଭାରତୀର ପୁତ୍ର ;

ସର୍ବ ପ୍ରତିଭାର ତୁମେ ନିଦର୍ଶନ

ଆଙ୍କି ଚାଲିଗଲ ଚିତ୍ର !!

ସଂସଦ ସୁପୁତ୍ର ଥିଲ ମହାମିତ୍ର

ବହୁବାର ନିର୍ବାଚିତ ;

ଆଶାର ପ୍ରଦୀପ ଦେଖିଲା ଭାରତ

ସାଜିଥିଲ ପ୍ରାଣ ମୀତ !!

ସ୍ୱପ୍ନ ବିଭୂଷିତ ସୁନାର ଭାରତ

ତୁମରି କଳ୍ପନା ସତ୍ୟ ;

କେତେ ପଥ ପ୍ରାନ୍ତ କରିଲ ସୁଗମ

ଝୁରିବାଟ ହେବ ନିତ୍ୟ !!

ମହାମନ୍ତ୍ରୀପଦ ସଂଘର୍ଷ ର ପାଦ

ରାଜନୀତି ପ୍ରତିପତି ;

ବହୁ ଅଭିଜ୍ଞତା ଥିଲ ମହାନେତା

ଆଜିବି ଜଳୁଛି ଜ୍ୟୋତି !!

ଦେଶ ମାତୃକାର ସୁରକ୍ଷା କବଚ

କରିଦେଲ ନାହିଁ ମାରା ;

କାର୍ଗିଲ୍ ସମର ବଳିଷ୍ଠ ପ୍ରମାଣ

ବାଜୁଛି ବିଜୟ ନାରା !!

ଭାରତ ରତନ ହେ ବ୍ରାହ୍ମଣ ସନ୍ତାନ

ରତ୍ନ ଉପହାର ଊଣା ;

ମରଣତ୍ତୋର ପାଇବ ସମ୍ମାନ

ଜନ ମନେ ସୁମରଣା !!

ଶେଷ ଶ୍ରଦ୍ଧାଞ୍ଜଳୀ କରୁଛି ଅର୍ପଣ

ହେ ବିଦାୟୀ ଜନ ନାୟକ;

ପୁଣି ଆଉଥରେ ଜନ୍ମିବ ଭାରତେ

ସିଦ୍ଧ ପୁତ୍ର ବିନାୟକ !!

ଦୂର ଆକଶରେ ରହିବନି ବେଶି

ଓହ୍ଲେଇ ଆସିବ ହସି ;

ହସିବ ଜନନୀ ଏମାଆ ଭାରତୀ

ଅଟଳ ସୁପୁତ୍ର ଦେଖି !!


ସଦାନନ୍ଦ ସାହୁ ;

ଧୁରୁସିଆ ; ଆଠଗଡ଼ ; କଟକ


Rate this content
Log in