Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Others

1.0  

Sadananda Sahoo

Others

ବିଶ୍ଵ ମାତୃଭାଷା ଦିବସ

ବିଶ୍ଵ ମାତୃଭାଷା ଦିବସ

1 min
919


ଵିଶ୍ଵ ମାତୃଭାଷା ଦିବସ

! ! ! ! ! ! ! ! ! ! ! ! ! ! ! !

ଶୈଶବ ବିଭବ ଭଷାର କୁହୁକ

ସମ୍ପର୍କରେ ସମର୍ପିତ

ସୁମଧୁର ଆମ ଭାଷାର ଝଙ୍କାର

ଆମୋଦିତ କରେ ଚିତ୍ତ ! !


ମାଆର ଶବଦେ କୁନିଶିଶୁ ଉଠେ

ଭାଷାଯେ' ମାଧୁର୍ଯ୍ୟପୂର୍ଣ୍ଣ

ଓଡ଼ିଆ ବଢିଆ ଭାରି ମିଠା ଭଷା

ଅଳଙ୍କାରେ ପରିପୂର୍ଣ୍ଣ ! !


ବହୁତ ପ୍ରାଚୀନ ଭାଷାଗାଥା ଜାଣ

ଇତିହାସ ମୁକସାକ୍ଷି

କେତେଯେ' ମନୀଷି ରଚି ଯାଇଛନ୍ତି

ତାଳପତ୍ରେ ରାଗ ଚୋଖୀ ! !


ସାଧନା ମାର୍ଜନା ଭାଷାର ମହିମା

ଶାସ୍ତ୍ରୀୟତା ଆଭୁଷଣ

ବହୁପୁରାତନ ହେଜ ଆହେ' ଜନ

ଭାଷାର ବରିଷ୍ଠ ପଣ ! !


ଵିଶ୍ଵ ମାତୃଭାଷା ଦିବସ ବାରତା

ଭାଷା ପ୍ରତି ବଢୁ ପ୍ରୀତି

ସଵୁ ପ୍ରଦେଶରେ ଭାଷା ପ୍ରୀତି ଭାସେ

ଓଡ଼ିଶାର ଅବନ୍ନତି ! !


ହେ'ଉତ୍କଳୀନୀସୁତ ହୁଅହେ' ସଜାଗ

ସଙ୍କଟରେ ମାଅା ଭାଷା

ବିଦେଶୀ ଭାଷାକୁ ଫିଙ୍ଗହେ ଦୂରକୁ

ସୁଦୃଢ ହୋଇବ ଆଶା ! !


କେତେ ବରପୁତ୍ର କବିଯେ' ଲେଖକ

ଭାଷାର ଅଲିଭା ଦୀପ

ଉତ୍କଳ ଗୌରବ ମଧୁଯେ' ସୁଦନ

ମଧୁ ବର୍ଣ୍ଣବୋଧ ଛାପ ! !


ଫକୀର ମୋହନ ଅବା ଗଙ୍ଗାଧର

କବିବର ରାଧା ନାଥ

ସେ 'ଚିର ନମସ୍ୟ ଯୋଗ୍ୟତମ ସୁତ

ଥିଲେ ମହା ପ୍ରାଣବନ୍ତ ! !


ମହାପୁରୁଷଙ୍କ ମହା ଅବଦାନ

ଶୁଣାଯାଏ ମାଆ ଡାକ

କଳିଙ୍ଗ ଉତ୍କଳ ସବୁଠି ସରାଗ

ଭାଷାରେ ଅଛି ମହକ ! !


ନ'ହଜୁଏ ' ଭାଷା ନ'ମରୁ ଆଶା

ବୀର ପ୍ରସବିନୀ ମାଆ

ସଭିଁଏ ପଢିବେ ସଭିଁଏ ବଢିବେ

ଲିପିବଦ୍ଧ ହେବନାଁଆ ! !


ଏ'ଶୁଭ ଦିବସେ ହସହେ' ସରବେ

ମାତୃଭାଷା ପ୍ରୀତିରଖି

ପ୍ରଚାର ପ୍ରସାର ଆମର କର୍ତ୍ତବ୍ୟ

ଉତ୍କଳ ଜନନୀ ସାକ୍ଷି ! !

! ! ! ! ! ! ! ! @ @ @ @ @ @ @

ସଦାନନ୍ଦ ସାହୁ , ଧୁରୁଷିଆ , ଆଠଗଡ , କଟକ ,


Rate this content
Log in