Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushantkumar Pradhan

Romance

2  

Sushantkumar Pradhan

Romance

ରୂପମୟୀ ରୂପସୀ ଗୋ ପ୍ରିୟା

ରୂପମୟୀ ରୂପସୀ ଗୋ ପ୍ରିୟା

1 min
6.7K


ରୂପମୟୀ ରୂପସୀ ଗୋ ପ୍ରିୟା 

-------**------

ଅପୂର୍ବ ସୌନ୍ଦର୍ଯ୍ୟ ରୂପ ଯଉବନ

   ସ୍ମିତ ହାସ୍ୟ ତୁମ ମଧୁର ବାଣୀ 

ରୂପମୟୀ ତୁମେ ଭାବନାମୟୀ ଗୋ

    ହୃଦୟର ରାଣୀ ଚିତ୍ତ ଚୋରଣୀ ।।


ଗଜଗାମିନୀ ଗୋ ଅପରୂପା ତୁମେ 

    ମନଲୋଭା ତୁମ ତ୍ରିଭଙ୍ଗି ଠାଣି 

ସୃଷ୍ଟିର ସୌନ୍ଦର୍ଯ୍ୟ ବିଶ୍ୱଦରବାରେ 

    ତୁମ ପାଶେ ବିଧି ରଚିଛି ଆଣି ।।


ନବକିଶୋରୀ ଗୋ ଭାଗ୍ୟବତୀ ତୁମେ

    ମୋ ମନ ପ୍ରେମର ମଉନାବତୀ 

ପ୍ରେମ ଫରୁଆର ପ୍ରୀତି ସୁଧା ତମେ 

    ଜହ୍ନର ଜୋଛନା ସଂଗୀତ ଗୀତି ।।


ମନ ମୋହିନୀ ଗୋ ତୁମରି ଛୁଆଁରେ 

    ବ୍ୟଥା ମୋ ମନର ଯାଏ ସରି 

କାମନା ବାସନା ବେଦନା ଭାବନା 

    ଭୁଲି ଯାଏ ତମ କଥା ସ୍ମରି ।।


ଶୋଭାମୟୀ ତୁମେ ଲାବଣ୍ୟବତୀ ଗୋ

    ରୂପରେ ରହିଛି ଯାଦୁ ଭରି 

ବେହୋସ ହେଲି ମୁଁ ପହିଲି ପରଶେ 

    ପ୍ରେମ ମଧୁ ସତେ ପଡୁଛି ଝରି ।।


ଜୀବନ ସଂଗିନୀ ପ୍ରାଣର ମିତଣୀ    

    ତୁମେ ସିନା ମୋର ଆପଣାର 

ତୁମେ ମୋ ଜୀବନ ନିଃଶ୍ୱାସ ପ୍ରଶ୍ୱାସ 

    ହୃଦୟ ବୀଣାର ଝଙ୍କୃତ ସ୍ୱର ।।


ଆଗୋ ପ୍ରିୟତମା ଫୁଲେଇ ନବୀନା 

    ଦିଅ ବାରେ ପ୍ରେମ ମନ୍ଦାକିନୀ 

ସପନ ମହଲେ ବସି ଲେଖୁଥିବା 

    ସାତ ଜନମର ପ୍ରେମ କାହାଣୀ । 


-----@ ସୁଶାନ୍ତ ପ୍ରଧାନ 

-------@ବଂଧହୁଡା 

---------@ନରସିଂହପୁର କଟକ


Rate this content
Log in

Similar oriya poem from Romance