Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pankajini Upadhaya

Others

2  

Pankajini Upadhaya

Others

ପବିତ୍ର ବୃକ୍ଷ କଦଳୀ ;;;;;;;;;;;

ପବିତ୍ର ବୃକ୍ଷ କଦଳୀ ;;;;;;;;;;;

1 min
6.7K


ପଙ୍କଜିନୀ ଉପାଧ୍ଯାୟ ( ମିତା )

ଅରଙ୍ଗବାଦ

{{{{{{{{{{{{{}}}}}}}}}}}}

ଏକ ପ୍ବବଣତା

ଏକ ନିଶାଗ୍ରସ୍ତ ମାନସିକତା

ଏକ ମୋହଗ୍ରସ୍ତ ଜୀବନ

ବଞ୍ଚିବାର ଏକ ଭିନ୍ନ ସ୍ବର

କାମନାର ଜୀବନ ସ୍ବାକ୍ଷର।

ଖୋଜିବା ସବୁଠି ସବୁବେଳେ

ସବୁରି ମଧ୍ୟରେ

ପହଞ୍ଚିବା ପ୍ରତି ଦ୍ବାରେ ଦ୍ବାରେ

ବୁଝିବା ନିଶାର କାରଣ

କେଉଁ ନିଶା ବଳେ କରେ

ଜୀବନ ଯାପନ ।

ଆରମ୍ଭ ମାତ୍ର ଆଜି

ଏକରୁ ଏକକୁ

ଅନେକକୁ ଡେଇଁବାନି

କାହିଁକି ନା ଅତି ସର୍ବତ୍ର ଗର୍ହିତ

ଆପ୍ତ ବାକ୍ଯ ଜାଣ।

ପହଞ୍ଚିବା କଦଳୀ ନିକଟେ

ନମନ କରିବା କର ଯୋଡି ହସ୍ତେ

ପବିତ୍ରମନା ପବିତ୍ର ହୃଦୟ

ପବିତ୍ର ପରିପୂର୍ଣ୍ଣତା

ତା'ସର୍ବାଙ୍ଗ ଦେହ।

ପ୍ରଥମେ କରିବା ମିତ୍ରତା ପତ୍ରରେ

ଶୁଣିବା ଆଗ୍ରହ ଚିତ୍ତେ

ଲାଗେ କି କାମରେ।

ସବୁଠି ତା'ଆବିର୍ଭାବ

ପୂଜା , ଖାଦ୍ୟ, ଭୋଜି, ଶ୍ରାଦ୍ଧ ,ଭଜନ

ଆଉ ଶୁଭ କଳସରେ

ଶରୀରର ରୋଗ ବିନାଶକାରି

ବଡ ଉପକାରୀ ।

ଯାଇଥିଲି ତାମିଲନାଡୁ

ପତ୍ରକୁ ଭେଟିଲି ସକଳ କ୍ଷେତ୍ରରେ

ପ୍ରତି ଖାଦ୍ୟର ପତ୍ର ଲେପନ

ପତ୍ର କ'ଣ ନୁହେଁ ଶିଶୁ ପାଇଁ

ପଖିଆ ତୁଲ୍ୟ।

ଫଳକୁ ପ୍ରଶ୍ନ ଏଥର

ଫଳର ଗାରିବା ବଖାଣିବା

ନୁହେଁ କଷ୍ଟକର

ପତ୍ର ଭଳି ସବୁଠାରେ

ଅଗାଧ ପ୍ରବେଶ

ତା'ସହିତ ଅଧିକ ସେ

ଖାଦକର ଉପଯୁକ୍ତ ପରିପୋଷକ

ଆବାଳବୃଦ୍ଧବନିତା

ସଭିଏଁ ତା ଦାସ

ଭୋଗ ରାଗ ବ୍ଯଞ୍ଜନ ପ୍ରସ୍ତୁତି

ସବୁଠାରେ ଅବାଧ ତା'ଗତି

ସୁସ୍ବାଦୁ ସୁମିଷ୍ଟକର

ଅତ୍ଯନ୍ତ ମଧୁର

ମନ ହରଣକାରୀ

ଦିବ୍ୟ ମନୋହର।

ମାଳି ଘର ଯାଅ

ଦେଖି ଆସ ପଟୁଆର କାମ

ମାଳି ମାଳ ଗୁନ୍ଥୁଥାଏ

ସୂତାର ସମାନ।

ପିଲା ଖେଳେ ବାନ୍ଧି ଖେଳନାରେ

ବାତ ଦିଆଯାଏ

ଅତି ସନ୍ତର୍ପଣରେ

ଖାଦ୍ୟ ନୁହେଁ

ବସ୍ତ୍ର ନୁହେଁ

ନୁହେଁ ବାସଗୃହ

ଆବଶ୍ୟକତାର ଏକ

ପବିତ୍ର ସମ୍ମୋହନ।

ଲକ୍ଷ୍ମୀ ଠାକୁରାଣୀଙ୍କର

ଅତି ପ୍ରିୟ ତିଅଣ

ମଞ୍ଜାର ରାଇ ପୁଣି

ମଞ୍ଜା ସାଥେ ବିଭିନ୍ନ ବ୍ଯଞ୍ଜନ

ମଞ୍ଜା ଘରେ ଘରେ ଅତି ପ୍ରିୟ

ମଞ୍ଜା ପିଠା ମଞ୍ଜା ରାଇ

ମଞ୍ଜା ପୋଡ ମଞ୍ଜା ଶାଗ

ନାନାଦି ଉଦ୍ଭାବନ।

ମୂଳ ତା'ର ମଞ୍ଜି

ନୂତନ ଗଛ ସେଥିରୁ ସୃଷ୍ଟି

ଔଷଧିୟ ଗୁଣେ ଭରା

ତାହାର ସର୍ବାଙ୍ଗ।

ସର୍ବାଙ୍ଗ ଉପସ୍ଥିତ ପବିତ୍ର ସ୍ଥଳିରେ

ମନ୍ଦିର ବିବାହ ବ୍ରତ

ଶୁଭ ଶୁଭ କାର୍ଯ୍ୟରେ

ଫଳଭାର ବୃକ୍ଷ ମନ୍ଦିର ଦ୍ବାରରେ

ବନ୍ଧା ପୋତା ହୁଏ

ହୁଏ ପବିତ୍ର ସ୍ଥଳରେ।

ଗୁଣ ବଖାଣିବା

ପଚାରି ବୁଝିବା

ନୁହଁ ସହଜସାପେକ୍ଷ

ପବିତ୍ରତା ଗୁଣେ କେହି

ନୁହଁ ସମକକ୍ଷ।

ପ୍ରଭାତୀ ବନ୍ଦନା

ଏ ପ୍ରଭା ବାସରେ

ନମନ କରି ଦିନ କାଟିବା

ସୁଖରେ।

ମନ୍ଦିରରୁ ଶୁଭେ ଘଣ୍ଟଧ୍ବନି

ସମୟର ଘଣ୍ଟ

ମୋତେ ଅସ୍ଥିର କଲାଣି

ବିଦାୟ ନେଉଛି ବନ୍ଧୁ

ଦଣ୍ଡବତ କରି

ସନ୍ଧ୍ୟାକୁ ଭେଟିବି ପୁଣି

ଏହି ଆଶା ଭରି।

ଜଗତ କଲ୍ୟାଣ ହେଉ

ଜୀବନର ମନ୍ତ୍ର

ତା'ସାଥେ ମୋ ମଙ୍ଗଳ

ହୋଇବ ସତତ।


Rate this content
Log in